ରାଜ୍ୟ

କ୍ୟାପିଟାଲ ହସ୍ପିଟାଲରେ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

BJP

ଭୁବନେଶ୍ୱର: ୨ ତାରିଖରେ ଆରମ୍ଭ ହୋଇଥିବା ମୋ ସରକାର ଯୋଜନା ୧୨ ତାରିଖରେ ଶେଷ ହୋଇଯାଇଛି । କ୍ୟାପିଟାଲ ହସ୍ପିଟାଲର ଡାକ୍ତରଙ୍କ ଅବହେଳାରୁ ମହିଳା ରାସ୍ତାରେ ପ୍ରସବ କରିବା ଘଟଣାରେ ଏଭଳି କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା ।

କ୍ୟାପିଟାଲ ହସ୍ପିଟାଲ ବାହାରେ ମହିଳା ପ୍ରସବ କରିବା ଭଳି ଏକ ଅଭାବନୀୟ ଘଟଣା ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ଏଭଳି ଘଟଣା ଘଟିବା ପରେ ପୁଣିଥରେ ମହିଳାଙ୍କୁ ଡାକ୍ତରାଖାନା ଭିତରକୁ ନେଇ ଚିକିତ୍ସା କରାଯାଉଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ବିଷୟରେ ଜାଣିବା ପରେ ପ୍ରଭାତି ପରିଡାଙ୍କ ନେତୃତ୍ଵରେ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ହସ୍ପିଟାଲରେ ପହଞ୍ଚିଥିଲା । ଏହାସହ ହସ୍ପିଟାଲ ସୁପରିଟେଣ୍ଡଣ୍ଟଙ୍କ ସହ ଆଲୋଚନା କରିଛି ଦଳ ।

ତେବେ ଏହି ଘଟଣାରେ ନିଜ ଦୋଷକୁ ଲୁଚାଇବା ପାଇଁ ଜୋରଦାର ପ୍ରୟାସ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଟିକେଟ ଆଣିବା ପାଇଁ କୁହାଯାଇଥିଲା କିନ୍ତୁ ସେ (ପ୍ରସୂତି) ଓଡ଼ିଆ ବୁଝି ନପାରି ନିଜେ ବାହାରକୁ ଚାଲିଯାଇଛି । ଏତେ ଅଧିକ ରୋଗୀ ଥିବାରୁ କିଏ କୁଆଡ଼େ ଗଲା ତାର ହିସାବ ରଖିବା ସମ୍ଭବ ନୁହେଁ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top