X
Breaking News
ଦେଶ

ବିଜେପିର ସାଧାରଣ ସମ୍ପାଦକ ଭାବେ ବିଏଲ୍‌ ସନ୍ତୋଷ ନିଯୁକ୍ତ

Courtesy: www.newskarnataka.com

ନୂଆଦିଲ୍ଲୀ: ରାମଲାଲ ଆରଏସ୍‌ଏସ୍‌କୁ ଫେରିଯିବା ପରେ ପାର୍ଟିର ଦ୍ୱିତୀୟ ବଡ଼ ପୋଷ୍ଟରେ ବିଏଲ୍‌ ସନ୍ତୋଷଙ୍କୁ ନିଯୁକ୍ତି ମିଳିଛି । ବିଜେପିର ରାଷ୍ଟ୍ରୀୟ ସମ୍ପାଦକ (ସଂଗଠନ)ର ଦାୟିତ୍ୱ ତୁଲାଇବେ ସନ୍ତୋଷ ।  ଆରଏସ୍‌ଏସ୍‌ ପ୍ରଚାରକ ସାଙ୍ଗକୁ ଜଣେ ଦକ୍ଷ ରାଜନେତା ମଧ୍ୟ ସନ୍ତୋଷ ।

ପୂର୍ବରୁ ଏହି ଦାୟିତ୍ୱ ରାମଲାଲ ତୁଲାଉଥିଲେ । ପ୍ରକାଶ ଥାଉକି ଆରଏସଏସର ଜଣେ ବରିଷ୍ଠ ପ୍ରଚାରକ ବିଜେପିର ରାଷ୍ଟ୍ରୀୟ ମହାସଚିବ ଦାୟିତ୍ୱ ତୁଲାଇ ଦୁଇ ସଂଗଠନ ମଧ୍ୟରେ ସମନ୍ୱୟ ସ୍ଥାପନା କରିଥାନ୍ତି । ତେବେ ବର୍ତ୍ତମାନ ରାମଲାଲଙ୍କ ସ୍ଥାନରେ ବିଏଲ ସନ୍ତୋଷଙ୍କୁ ରାଷ୍ଟ୍ରୀୟ ସଂଗଠର ମହାମନ୍ତ୍ରୀ ଦାୟିତ୍ୱ ମିଳିଛି ।

 ରାମଲାଲଙ୍କୁ ଏବେ ଆରଏସଏସର ଅଖିଳ ଭାରତୀୟ ସହସମ୍ପର୍କ ପ୍ରମୁଖ ନିଯୁକ୍ତ କରାଯାଇଛି । ଭାଜପାର  ସବୁ ବଡ ବଡ ବୈଠକରେ ରାମଲାଲଙ୍କୁ ଦେଖିବାକୁ ମିଳିଥାଏ । 67 ବର୍ଷୀୟ ରାମଲାଲ ପାଖାପାଖି 14 ବର୍ଷ ବିଜେପିରେ ପୁରା କରିସାରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top