X
Breaking News
ନ୍ୟୁଜ୍

ସଙ୍କଟରେ କୃଷ୍ଣସାର ମୃଗ

blackbuck

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ଗୈାରବ କୃଷ୍ଣସାର ମୃଗ ଏବେ ପିଇବା ପାଇଁ ପାଣି ନପାଇ ଡହକବିକଳ ହେଉଛନ୍ତି ।  ଜନବସତି ମୁହାଁ ହୋଇ କୁକୁର ଆକ୍ରମଣ ହେଉ କିମ୍ବା ଯାନବାହାନ ଦୁର୍ଘଟଣାରେ କୃଷ୍ଣସାର ମୃଗ ମୃତ୍ୟୁବରଣ କରୁଥିବା ଜଣାପଡିଛି ।

blackbuck

ଉତରଘୁମୁସର ବନାଞ୍ଚଳର ଜଗନ୍ନଥପ୍ରସାଦ ରେଞ୍ଜ ଅଞ୍ଚଳରେ ୨୦୧୮ ପ୍ରାଣୀ ଗଣନା ଅନୁସାରେ ୨୩୮ କୃଷ୍ଣ ସାର ରହିଥିବା ଜଣାପଡିଛି । ଅଞ୍ଚଳରେ ନୁଆଁଗାଁ, ସୁତୁମୁସର, ପ୍ରତାପୁର, କୁଡୁତାଇ, ଗେରେଡା,କେବିରି, ଆଦି ବିଭିନ୍ନ ଗ୍ରାମ ଅଞ୍ଚଳରେ ଏହି କୃଷ୍ଣସାର ଦେଖାଯାଆନ୍ତି । ତେବେ ବନବିଭାଗ ପକ୍ଷରୁ ଏହି ବନ୍ୟଜନ୍ତୁମାନଙ୍କୁ ଜଳଯୋଗାଣ ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି । ୨୦୧୨ ମସିହା ଠାରୁ ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ସିମେଣ୍ଟ କୁଣ୍ଡ ରଖାଯାଇ ସେଥିରେ ପାଣି ଭର୍ତ୍ତି କରାଯାଉଥିଲା ଫଳରେ ବନ୍ୟଜନ୍ତୁ ମାନେ ସୁବିଧାରେ ପାଣି ପାଇ ପାରୁଥିଲେ । ଚଳିତ ବର୍ଷ ପାଣି ଦିଆଯାଇ ନଥିବା ଜଣାପଡିଛି । ଏ ସଂମ୍ପର୍କରେ ଜଗନ୍ନାଥପ୍ରସାଦ ରେଞ୍ଜର ବନାଞ୍ଚଳ ଅଧିକାରୀ ଆଶାଲତା ଦିଗଲ୍ ପ୍ରତିକ୍ରିୟା ଦେଇଛନ୍ତି ।

blackbuck

Click to comment

Leave a Reply

Your email address will not be published. Required fields are marked *

Most Popular

To Top