X
Breaking News
ଅପରାଧ

ଅନ୍ଧବିଶ୍ୱାସର ଅଜବ ଦୃଶ୍ୟ, ରୋଗୀଙ୍କୁ କାମୁଡ଼ି କାମୁଡ଼ି ରୋଗ ଭଲ କରୁଛନ୍ତି ଗୁଣିଆ !

MKG

ମାଲକାନଗିରି: ମାନବ ଚନ୍ଦ୍ରପୃଷ୍ଠରେ ପହଞ୍ଚିଲାଣି । କିନ୍ତୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଲୋକେ ଏବେ ବି ଅନ୍ଧବିଶ୍ବାସର ଅନ୍ଧଗଳିରୁ ବାହାରି ପାରିନାହାନ୍ତି । ଛୋଟମୋଟ ସମସ୍ୟା ହେଲେ ଗୁଣିଆ ତଥା ଦିଶାରୀ ନିକଟକୁ ଚାଲିଯାଉଛନ୍ତି । ରୋଗ ହେଲେ ଝଡ଼ାଫୁଙ୍କା ଉପରେ ଅତୁଟ ବିଶ୍ବାସ ରହିଥିବାବେଳେ ଏଥିପାଇଁ ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ବି ପଛାଇ ନାଥାନ୍ତି । ଯାହାର ମାରାତ୍ମାକ ପ୍ରଭାବ ପଡ଼ିବା ସତ୍ତ୍ବେ ପରଂପରା ନାଁରେ ଚାଲିଥିବା ଅକଥନୀୟ ନିର୍ଯାତନା ଠାରୁ ଦୂରେଇ ପାରୁନାହାନ୍ତି ।

ଏମିତି କିଛି ଘଟଣା ଘଟିଛି ଜିଲ୍ଲାର କାଲିମେଳା ବ୍ଲକରେ । କାଲିମେଳା ବ୍ଲକ ଅନ୍ତର୍ଗତ ତେଲରାଇ ପଂଚାୟତର ଉର୍ମାଗୁଡ଼ା ଗ୍ରାମର ଜଣେ ଗୁଣିଆ ଆଜି ଅଜବ ତଥା ଯନ୍ତ୍ରଣା ଦାୟକ ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା । କଷା ବେଟୀ ନାମକ ଏହି ଗୁଣିଆ ଜଣଙ୍କ ଜଣେ ମହିଳା ରୋଗୀଙ୍କୁ ସୁସ୍ଥ କରିବାକୁ ଝଡ଼ାଫୁଙ୍କା କରୁଥିଲେ । ଆଦିବାସୀ ସଂପ୍ରଦାୟର ଜଣେ ଗୁଣିଆ (ଆଦିବାସୀ ଭାଷାରେ ବାଡ଼େ) କିପରି ଜଣେ ଜ୍ୱରରେ ଆକ୍ରାନ୍ତ ହୋଇଥିବା ମହିଳାଙ୍କୁ କାମୁଡ଼ି କାମୁଡ଼ି ଚିକିତ୍ସା କରୁଛନ୍ତି ଦେଖିବାକୁ ମିଳିଛି ।

ଏହି ଦୃଶ୍ୟ ଦେଖିବାକୁ ଯେତିକି ଆଶ୍ଚର୍ଯ୍ୟ ଜନକ ସେତିକି ହୃଦୟ ବିଦାରକ । ଗୁଣିଆ ଜଣଙ୍କ ମହିଳା ରୋଗୀଙ୍କ ଶରୀର ସାରା କାମୁଡ଼ି ଚାଲିଥିଲା । ରୋଗୀର ପିଠି, ବେକ, ଛାତି ଓ ପେଟକୁ କାମୁଡ଼ି ଗୁଣିଆ ଜଣଙ୍କ ସଂପୂର୍ଣ୍ଣ ଭଲ ହୋଇଯିବ ବୋଲି ବିଶ୍ବାସ ଜନ୍ମାଇ ଚାଲିଥିଲା । ଅନ୍ୟପଟେ ରୋଗୀର ଶରୀର ସାରା ଦାନ୍ତର ଚିହ୍ନ ବସି ଯାଇ କ୍ଷତ ହୋଇଛି।

ସୂଚନା ଅନୁଯାୟୀ, ଉର୍ମାଗୁଡ଼ା ଗ୍ରାମର ଦେବା ବେଟୀଙ୍କ ପତ୍ନୀ ଦୁଲେ ବେଟୀ (୫୫) ଗତ ୩ଦିନ ହେଲା ଜ୍ୱରରେ ଆକ୍ରାନ୍ତ ହୋଇ ରହିଥିଲେ । ଭୀଷଣ ଜ୍ୱର ସାଙ୍ଗକୁ ହାତଗୋଡ଼ରେ ବ୍ୟଥା ହେଉଥିଲା । ଏମିତି ସ୍ଥିତିରେ ଦୁଲେ ମେଡିକାଲ ଯିବା ପରିବର୍ତ୍ତେ ଗୁଣିଆଙ୍କ ନିକଟକୁ ଗଲେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବାର ବିଶ୍ବାସ ନେଇ ଆସିଥିଲା । ଗୁଣିଆ କାମୁଡ଼ାରୁ ଯନ୍ତ୍ରଣା ହେଉଥିଲେ ବି ସେ ଏହାକୁ ସହ୍ୟ କରି ନେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top