ଦେଶ

ପୁଲଓ୍ୱାମା: ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କୀ ହମଲା, ଜଣେ ଯବାନ ଆହତ

ଜମ୍ମୁ କଶ୍ମୀର:  ପୁଲଓ୍ୱାମା ଜିଲ୍ଲାର ଗାଙ୍ଗୁ ନିକଟରେ ଥିବା ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କୀ ହମଲା ହୋଇଛି । ଆଇଡି ବିସ୍ଫୋରଣ କରି ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି । ଆଇଡି ବିସ୍ଫୋରଣ ପରେ ପରେ ସିଆରପିଏଫ୍ ଟିମ୍ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ ।  ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ଆକ୍ରମଣର ତଦନ୍ତ ଚାଲିଛି ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି । ପୁଲଓ୍ୱାମାର ଗାଙ୍ଗୁ ଅଞ୍ଚଳରେ ଆଜି ସକାଳ ୭ଟା ୪୦ ମିନିଟରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ସୁରକ୍ଷାବାହିନୀ ସଂପୃକ୍ତ ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top