ମନୋରଞ୍ଜନ

କୋରୋନା ଆତଙ୍କ ସତ୍ତ୍ୱେ ଚୀନ ଯିବାକୁ ଚାହୁଁଛନ୍ତି ‘ବ୍ଲଡ୍‌ସଟ୍‌’ ଷ୍ଟାର, ଦେଖନ୍ତୁ ଫିଲ୍ମ ଟ୍ରେଲର

ଅର୍ଗସ ବ୍ୟୁରୋ: ‘ବ୍ଲଡ୍‌ସଟ୍‌’ ଷ୍ଟାର ଭିନ୍‌ ଡିଜେଲ ଚୀନ ଯିବାକୁ ଇଚ୍ଛା କରୁଥିବା ଖବର ଏବେ ଚହଳ ପକାଇଛି । ଭିନ୍‌ଙ୍କ ଅପକମିଂ ମୁଭି ‘ବ୍ଲଡ୍‌ସଟ୍‌’ ବା ଏଫ9କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ଯଦିଓ ଫିଲ୍ମର ଦ୍ୱିତୀୟ ଟ୍ରେଲର ରିଲିଜ ହୋଇସାରିଛି କିନ୍ତୁ ମହାମାରୀ କୋରୋନାର ସଂହାର ଲୀଳାରେ ମର୍ମାହତ ଥିବା ଷ୍ଟାର ଭିନ୍‌ ଡିଜେଲ ଏହାର ରିଲିଜ୍‌ ଡେଟ୍‌କୁ ଏବେ ପୋଷ୍ଟପୋନ୍‌ କରିଥିବା ଜଣାପଡ଼ିଛି ।

ଭିନ୍‌ ଡିଜେଲ ଏକ ସାକ୍ଷାତକାରରେ କହିଛନ୍ତି ‘ବ୍ଲଡ୍‌ସଟ୍‌’ ଜଣେ କଠିନ ପରିଶ୍ରମ କରୁଥିବା ସୈନିକର କାହାଣୀ । ଆଉ ଜଣେ ସୈନିକକୁ ଯେତେବେଳେ ଯାହା ଅର୍ଡର ମିଳେ ସେ ତାହା ହିଁ କରେ । ଅନ୍ୟପଟେ ଭିନ୍‌ ନିଜ ଅପକମିଂ ଫିଲ୍ମକୁ ବିଶ୍ୱର ସବୁ ହଲ୍‌ରେ ରିଲିଜ୍‌ କରିବାକୁ ଇଚ୍ଛା କରୁଥିବାରୁ ଚୀନରେ ଏଭଳି ପରିସ୍ଥିତିରେ ସେ ସଠାକୁ ଯିବାକୁ ପ୍ରଡକ୍ସନ କମ୍ପାନୀକୁ ଅନୁମତି ମାଗିଛନ୍ତି ।

ଭିନ୍‌ ଡିଜେଲ୍‌ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ତାଙ୍କ ଫିଲ୍ମର ବହୁ ଆବଶ୍ୟକତା ରହିଛି । ସେ ନିଜର ଫ୍ୟାନମାନଙ୍କ ଭଲପାଇବାର ପ୍ରତିଦାନରେ ଏହି ଫିଲ୍ମ ଜରିଆରେ ଭଲ ପାଇବା ଦେବାକୁ ଚାହୁଁଛନ୍ତି । ତେବେ ଏଭଳି ସ୍ଥିତିରେ ସେ ଏକା ଚୀନ ଯିବାକୁ ଚାହୁଁଥିବାରୁ ଫିଲ୍ମର ରିଲିଜ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି ।  

Click to comment

Leave a Reply

Your email address will not be published. Required fields are marked *

Most Popular

To Top