ରାଜ୍ୟ

ଜନ ହିତ ପାଇଁ ୫ମ ରୋଗୀଙ୍କ ପରିଚୟ ପ୍ରକାଶ କଲେ ବିଏମସି କମିଶନର

ଭୁବନେଶ୍ୱର: ୫ମ ଆକ୍ରାନ୍ତଙ୍କ ବିଦେଶରୁ ଫେରି ନାହାଁନ୍ତି କି ଭାରତର କୌଣସି ରାଜ୍ୟକୁ ଯାଇ ନାହାଁନ୍ତି । ସେ ଦିର୍ଘ ଦିନ ହେଲା ତାଙ୍କ ଘରେ ରହିବା ସହ ଭୁବନେଶ୍ୱରରେ ରହିଥିଲେ । ତେବେ କୌଣସି କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସିଥିବା ସ୍ପଷ୍ଟ ହୋଇଛି । ତେଣୁ ତାଙ୍କର ପରିଚୟ ପ୍ରକାଶ କଲେ ସରକାର । 5ମ କୋରୋନା ଆକ୍ରାନ୍ତଙ୍କ ନାମ ପ୍ରଦୀପ୍ତ ଦଳବେହେରା । ତାଙ୍କ ଘର ଭୁବନେଶ୍ୱର ସୂର୍ଯ୍ୟ ନଗର, ପ୍ଲଟ୍ ନଂ ୩୭ , ୟୁନିଟ୍-୭ । କିଛି ସମୟ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି କଥା ଘୋଷଣା କରିଛନ୍ତି ବିଏମସି କମିଶନର ।

ଜନହିତ ପାଇଁ ପରିଚୟ ଜଣାଇବା ଜରୁରୀ ବୋଲି କମିଶନର କହିଛନ୍ତି । ତାଂକ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ଅପିଲ କରିଛନ୍ତି କମିଶନର । ଏହି ଘଟଣା ଜଣାପଡିବା ପରେ ଏବେ ଗୋପବନ୍ଧୁ ଛକଠାରୁ ଏଲଆଇସି ଛକ, ଏଲଆସି ଛକରୁ ଗଙ୍ଗନଗର ଛକ, ସୂର୍ଯ୍ୟନଗର ଛକରୁ ସିରିପୁର ଛକ, ସିରିପୁର ଛକରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଯିବା ଆସିବା ଉପରେ କଟକଣା ଜାରି କଲା ବିଏମସି ।

ଏହିସବୁ ଅଂଚଳରେ ବ୍ୟାରିକେଟ ହେବ ବୋଲି କହିଛନ୍ତି ବିଏମସି କମିଶନର । ସେ ଆହୁରି କହିଛନ୍ତି ଯେ, ଯଦି ତାଙ୍କ ସଂସ୍ପର୍ଶରେ କେହି ଆସିଥାନ୍ତି, ତେବେ ସେମାନେ 14 ଦିନ ହୋମ କ୍ୱାରେଣ୍ଟାଇନରେ ରୁହନ୍ତୁ ଏବଂ 104କୁ ଫୋନ କରି ସେମାନଙ୍କର ନାମ ପଞ୍ଜି କରଣ କରାଇ ନିଅନ୍ତୁ । ଯଦି ସେମାନଙ୍କଠାରେ କୌଣସି ଲକ୍ଷଣ ଦେଖାଯାଏ, ତେବେ 104କୁ ଫୋନ କରି ଜଣାନ୍ତୁ ବୋଲି ବିଏମସି କମିଶନର କହିଛନ୍ତି ।

ତେବେ ତାଙ୍କୁ କିମ୍ବା ତାଙ୍କ ପରିବାର ପ୍ରତି ଯଦି କୌଣସି ବ୍ୟକ୍ତି ଆକ୍ଷେପ, ପ୍ରତିଆକ୍ଷେପ କିମ୍ବା ସାମାଜିକ ବାଚ୍ଛନ୍ଦ ବା ସମ୍ମାନହାନୀ ହେଲାଭଳି ମନ୍ତବ୍ୟ ଦିଅନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top