ରାଜ୍ୟ

୩ ଦିନ ପରେ ମହାନଦୀରୁ ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର

Mahanadi

ସମ୍ବଲପୁର: ଗତ 6 ତାରିଖରେ ମହାନଦୀକୁ ଗାଧୋଇବାକୁ ଯାଇ ଭାସିଯାଇଥିବା ନାବାଳିକାଙ୍କ ମଧ୍ୟରୁ ନିଖୋଜ ଥିବା ନାବାଳିକା ପିଙ୍କି ବିଶ୍ୱକର୍ମାଙ୍କ ମୃତଦେହ ଆଜି ଉଦ୍ଧାର କରିଛି ଓଡ୍ରାଫ ଟିମ । 3 ଦିନର ସର୍ଚ୍ଚ ଅପରେସନ ପରେ ଆଜି ଦ୍ଵିତୀୟ ମହାନଦୀ ସେତୁର ବିନାଖଣ୍ଡି ଅଞ୍ଚଳରୁ ନିଖୋଜ ବାଳିକା ପିଙ୍କି ବିଶ୍ଵକର୍ମାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୂଚନାଯୋଗ୍ୟ, ଗତ 6 ତାରିଖ ରବିବାର ପ୍ରାୟ ଦିନ 11 ଟା ସମୟରେ ସମ୍ବଲପୁର ବଦବଜାରର ସଡକ ଘାଟରେ ମହାନଦୀରେ ଗାଧୋଇବାକୁ ଯାଇଥିବା ବେଳେ 6 ଜଣ ନାବାଳିକା ପାଣିରେ ଭାସିଯାଇଥିଲେ । ସେହିଦିନ ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ ସ୍ଥାନୀୟ ଲୋକମାନେ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ପିଙ୍କି ବିଶ୍ଵକର୍ମା  ନିଖୋଜ ହୋଇଯାଇଥିଲେ । ସେହି ଦିନଠାରୁ ଓଡ୍ରାଫ ଓ ଅଗ୍ନିଶମ ବିଭାଗର  ସର୍ଚ୍ଚ ଅପରେସନ ଜାରି ରହିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top