ଦେଶ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡ୍‌  ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ।  ମୁମ୍ବାଇ ବାନ୍ଦ୍ରା  ସ୍ଥିତ  ବାସଭବନରେ ରସି ଲଗାଇ ସେ ଆତ୍ମହତ୍ୟା କରିଛନ୍ତି ।  ଜାତୀୟ ଗଣମାଧ୍ୟମରେ ଏନେଇ  ଖବର ପ୍ରକାଶ ପାଇଛି । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି  ବାନ୍ଦ୍ରା ପୋଲିସ୍‌ ।

ସୁଶାନ୍ତଙ୍କ ଘରୋଇ  ସହାୟକ ଫୋନ୍‌ କରି ପୋଲିସ୍‌କୁ ଏ ସମ୍ପର୍କରେ  ସୂଚନା ଦେଇଥିଲେ  । ତେବେ ଆତ୍ମହତ୍ୟାବେଳକୁ ତାଙ୍କୁ 34 ବର୍ଷ ହୋଇଥିଲା । ଏମ.ଏସ୍‌. ଧୋନି: ଦ ଅନଟୋଲ୍ଡ ‌ ଷ୍ଟୋରୀରେ କରିଥିଲେ ଅଭିନୟ ଆଉ ରାତାରାତି ପାଲଟିଯାଇଥିଲେ ବଲିଉଡ୍‌ର ଆଗଧାଡିର  ଅଭିନେତା ।

ତେବେ ସୁଶାନ୍ତଙ୍କ ମୃତ୍ୟୁର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।  ସୁଶାନ୍ତଙ୍କ ଆତ୍ମହତ୍ୟାରେ ବଲିଉଡ୍‌‌ରେ ଶୋକର ଛାୟା ଖେଳିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top