ଦେଶ

ଦୁଃଖ ଦେଇଗଲେ ସୁଶାନ୍ତ, ସସପେନ୍ସ ଘେରରେ ସୁପରଷ୍ଟାରଙ୍କ ସୁଇସାଇଡ୍‌ ?

ମୁମ୍ବାଇ:ବଲିଉଡ ଇଣ୍ଡଷ୍ଟ୍ରିର ଆଗଧାଡ଼ିର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ମର୍ମାହତ କରିଛି । ବଲିଉଡ ସମେତ ସାରା ଭାରତରେ ଶୋକର ଛାୟା ଖେଳିଯାଇଛି । ମୁମ୍ବାଇ ବାନ୍ଦ୍ରା ସ୍ଥିତ ବାସଭବନରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ତାଙ୍କ ଆତ୍ମହତ୍ୟାକୁ ନେଇ ସସପେନ୍ସ ଲାଗି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନଘନା ଆରମ୍ଭ କରିଛି । ନିକଟରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ 14 ତାଲା ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

ଏମିତି ମଧ୍ୟ ସନ୍ଦେହ କରାଯାଉଛି ଯେ, ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ବହୁତ ବଡ଼ ରହସ୍ୟ ଥାଇପାରେ । ତେବେ ପୋଲିସର ତଦନ୍ତ ପରେ ଏହି ଘଟଣା ସାମ୍ନାକୁ ଆସିପାରିବ । ଅନ୍ୟପଟେ 34 ବର୍ଷୀୟ ଆକ୍ଟର ସୁଶାନ୍ତଙ୍କୁ ହରାଇ ବଲିଉଡ ଜଗତ ସ୍ତବ୍ଧ ହୋଇଯାଇଛି । ଏପରିକି ସୋସିଆଲ ମିଡିଆରେ ଏବେ କେବଳ ସୁଶାନ୍ତଙ୍କ ଆତ୍ମହତ୍ୟ ଖବର ସାଙ୍ଗକୁ ଫ୍ୟାନ୍ସଙ୍କ ଶୋକ ଦେଖିବାକୁ ମିଳିଛି । ଏପରିକି କେହି କେହି ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ବିଶ୍ୱାସ ମଧ୍ୟ କରିପାରିନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top