X
Breaking News
ଟିଭି

ବାୟୁସେନାର ସଫଳତା ପରେ ଏପରି ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ଅଜୟ ଦେବଗନ୍

ajay-devgn

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣରେ ଭାରତର କଡା ଜବାବ । ଭାରତର ଏହି ପଦକ୍ଷେପକୁ ସାରା ଦେଶବାସୀ ସ୍ୱାଗତ କରିଛନ୍ତି । ମଙ୍ଗଳବାର ଭୋରରୁ ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖା ଡେଇ ପିଓକେରେ ପ୍ରବେଶ କରି ବୋମା ମାଡ କରିଛି । ବାଲକୋଟ ଓ ମୁଜାଫରବାଦରେ ବାୟୁସେନାର ବିମାନ ମିରାଜ ଏୟାରଷ୍ଟ୍ରାଇକ୍ କରିଛି । ଏଠାରେ ଥିବା ଏକାଧିକ ଆତଙ୍କୀ ସଙ୍ଗଠନ ଉପରେ ହମଲା କରିଛି । ମୋଦି ସରକାରର ଏହି ପଦକ୍ଷେପକୁ ବଲିଉଡରେ ମଧ୍ୟ ସ୍ୱାଗତ କରାଯାଇଛି । ଅନୁପମ୍ ଖେର୍, ପରେଶ ରାୱଲ, ଅଶୋକ ପଣ୍ଡିତ, ମୁଗ୍ଧା ଗଡସେ, ଅଭିଷେକ ବଚ୍ଚନ ଓ ଅଜୟ ଦେବଗନଙ୍କ ପରି ଷ୍ଟାର ଏହାକୁ ସ୍ୱାଗତ କରିଛନ୍ତି ।

ତେବେ କିଛି ଖାସ୍ ଅନ୍ଦାଜରେ ସେନାକୁ ସାଲ୍ୟୁଟ ଜଣାଇଛନ୍ତି ଅଜୟ ଦେବଗନ । ଇଂଲିଶରେ ସେ ନିଜର ପ୍ରତିକ୍ରିୟା ଲେଖି କହିଛନ୍ତି ଯେ, ”Mess with the best, die like the rest. Salute #IndianAirForce. @narendramodi.”  ଏହାକୁ ସାଧାରଣତଃ ମିଲିଟାରୀରେ ବ୍ୟବହାର କରାଯାଇଥାଏ । ଏହାର ଅର୍ଥ ହେଉଛି  ଯଦି ଆପଣ ଦୁନିଆର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଅର୍ଥାତ ବେଷ୍ଟ ସହିତ ଟକ୍କର ଦେବେ ତେବେ ମୂଳପୋଛ ହୋଇଯିବେ । ଏବଂ ବେଷ୍ଟ ସହିତ ମୁହାଁମୁହାଁ ହେଲେ ଅନ୍ୟ ଲୋକ ମଧ୍ୟ ମରିବେ ।

ସୂଚନାଯୋଗ୍ୟ, ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top