ଦେଶ

ଅଭିନେତା ସୁଶାନ୍ତଙ୍କ ମାମଲାର ତଦନ୍ତ ପାଇଁ ସିବିଆଇ ଟିମ୍‌ ପ୍ରସ୍ତୁତ, ବିହାର ପୋଲିସ ସହ କଲା ଆଲୋଚନା

sushant

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ତଦନ୍ତ କରିବ ସିବିଆଇ । ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସର ନିଷ୍କ୍ରିୟତା ପଦାରେ ପଡ଼ିବା ପରେ ଏବେ ମାମଲା ସିବିଆଇ ହାତକୁ ଯାଇଛି । ଏହି ମାମଲାର ଯାଞ୍ଚ ପାଇଁ ସିବିଆଇ ଟିମ୍‌ ଫୁଲ ପ୍ରସ୍ତୁତ ଥିବା ଜଣାପଡ଼ିଛି ।

ସୁଶାନ୍ତ ସିଂହ ମାମଲା ସିବିଆଇ ରେଜିଷ୍ଟର କରୁଛି । ସରକାରଙ୍କ ଅନୁମତି ମିଳିବା ପରେ ଏ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହାସହ ବିହାର ପୋଲିସ ସହ ସମ୍ପର୍କ କରିଛି ସିବିଆଇ । ପ୍ରତି ଦୃଷ୍ଟିକୋଣରୁ ସିବିଆଇ ଯାଞ୍ଚ ଆରମ୍ଭ କରିଛି । ଏହି ସମୟରେ ବିହାର ପୋଲିସର ଏଫଆଇଆର ମଧ୍ୟ ଗୁରୁତ୍ୱ ବହନ କରିବ ବୋଲି କୁହାଯାଉଛି ।

 ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତିଙ୍କ ନାଁରେ ବିହାରରେ ଏତଲା ଦେବା ପରେ ଏହି ମାମଲା ଭିନ୍ନ ମୋଡ ନେଇଛି । ଏପରିକି ମୁମ୍ବାଇ ପୋଲିସ ବିହାର ପୋଲିସକୁ ଯାଞ୍ଚ କରିବାକୁ ସୁଯୋଗ ଦେଇନାହିଁ । କିନ୍ତୁ ମିଳିଥିବା ଖବର ଅନୁସାରେ ଏବେ ବିହାର ପୋଲିସ ନିଜ ଯାଞ୍ଚ ରିପୋର୍ଟ ସିବିଆଇକୁ ହସ୍ତାନ୍ତର କରିବ । ବିହାର ପୋଲିସ ଦାବି କରୁଛି ରିୟାଙ୍କ ବିରୋଧରେ ତା ପାଖରେ ବହୁ ତଥ୍ୟ ରହିଛି ।

 କିଛି ଦିନ ଭିତରେ ଏହି ମାମଲା ସହ ଜଡ଼ିତ ଏତଲା ସିବିଆଇ ୱେବସାଇଟ୍‌ରେ ଅପଲୋଡ କରାଯିବ । ସେପଟେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଧ୍ୟ ନିଜର ତଦନ୍ତ ଚଳାଇଛି ।  7 ଅଗଷ୍ଟରେ ରିୟାଙ୍କୁ ପଚରାଉଚରା କରିବ ଇଡି । ରିୟାଙ୍କ ସମ୍ପତ୍ତି ଓ ସୁଶାନ୍ତଙ୍କ ଆକାଉଣ୍ଟରୁ ଲେଣ ଦେଣ ସମ୍ପର୍କରେ ପଚାରିପାରେ ଇଡି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top