ମନୋରଞ୍ଜନ

ୱାଜିଦ ଖାନ୍‌ଙ୍କ ଦେହାନ୍ତରେ ସିନେ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା

wajid khan

ଅର୍ଗସ ବ୍ୟୁରୋ:  କରୋନାରେ ସଂକ୍ରମିତ ବଲିଉଡର ପ୍ରସିଦ୍ଧ ସଂଗୀତଜ୍ଞ ୱାଜିଦ୍ ଖାନଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁରେ ସିନେ କଳାକାର ମାନେ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି । ରବିବାର ରାତିରେ ବଲିଉଡର ପପୁଲାର ମ୍ୟୁଜିକ୍ କମ୍ପୋଜର୍ ସାଜିଦ୍-ୱାଜିଦ୍ ଯୋଡୀରେ ୱାଜିଦ୍ ଖାନଙ୍କର ମୃତ୍ୟୁ ହୋଇଥିଲା । 42 ବର୍ଷିୟ ୱାଜିଦ୍ ମୁମ୍ବାଇର ଚେମ୍ବୁରର ସୁରାନା ସେଥିଆ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ । ଯେଉଁଠାରେ କିଡନୀ ଏବଂ ଗଳା ସଂକ୍ରମଣ ହେତୁ ତାଙ୍କୁ ଗତ ଦୁଇ ତିନି ମାସ ପାଇଁ ଭର୍ତ୍ତି କରାଯାଇଥିଲା । ବିଶେଷ ସୂତ୍ରରୁ ପ୍ରକାଶ ଯେ, ୱାଜିଦ୍ ଗତ ତିନି ଦିନ ଧରି ଭେଣ୍ଟିଲେଟରରେ ଥିଲେ ଏବଂ ତାଙ୍କ ଅବସ୍ଥା ଗୁରୁତର ଥିଲା ।

ୱାଜିଦ୍ ଖାନଙ୍କ ମୃତ୍ୟୁକୁ ନେଇ ବଲିଉଡରେ ଶୋକର ଲହରୀ ଖେଳିଯାଇଛି। ସଂଗୀତଜ୍ଞ ୱାଜିଦଙ୍କ ଆକସ୍ମିକ ମୃତ୍ୟୁରେ ସମସ୍ତେ ଶୋକ କରୁଛନ୍ତି। ବିଗ୍ ବି ଅମିତାଭ ବଚ୍ଚନ, ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା, ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ପ୍ରୀତିଜିଣ୍ଟା, ଅଭିନେତା ରଣଭୀର ସିଂ ଓ ବରୁଣ ଧାୱନଙ୍କ ସମେତ ବହୁ ବଡ ବ୍ୟକ୍ତିତ୍ୱ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି । ଏହି ଖବର ବଲିଉଡ ସିଙ୍ଗର ସୋନୁ ନିଗମ ତାଙ୍କ ଫେସବୁକ୍ ପୋଷ୍ଟ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ହଠାତ୍ ଏହି ଖବର ଶୁଣି ସେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ୱାଜିଦ୍ ଖାନଙ୍କ ଭାଇ ସାଜିଦ୍ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ୱାଜିଦ୍ କରୋନା ଜୀବାଣୁ ସଂକ୍ରମିତ ହୋଇଥିଲେ ମଧ୍ୟ ତାଙ୍କ ମୃତ୍ୟୁର କାରଣ ହେଉଛି ହୃଦଘାତ । ସୂଚନାଯୋଗ୍ୟ ଯେ ୨୦୧୮ ରେ ୱାଜିଦ୍ ଙ୍କର ହୃଦଘାତ ହୋଇଥିଲା । ଏହା ପରେ ସେ ଆଞ୍ଜିଓପ୍ଲାଷ୍ଟି ମଧ୍ୟ କରିଥିଲେ ।

 

View this post on Instagram

 

My Brother Wajid left us.

A post shared by Sonu Nigam (@sonunigamofficial) on

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top