ଦେଶ

ଛପାକ୍‌ରେ ଦୀପିକାଙ୍କ ଲୁକ୍‌ ପାଇଁ ପ୍ରୋସ୍ଥେଟିକ୍ସ କଳାକାରଙ୍କୁ ଶୁଭେଚ୍ଛାର ସୁଅ…

Dipika

ଅର୍ଗସ ବ୍ୟୁରୋ: ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମ ଛପାକ୍ ସେତେ ଟା ବିଜନେସ୍ ନ କରିପାରିଥିଲେ ମଧ୍ୟ ନିଜର ଦମଦାର କାହାଣୀ ପାଇଁ ଦର୍ଶକଙ୍କ ପ୍ରଂଶସା ସାଉଁଟିଛି । ଏହି ଫିଲ୍ମଟି ସମାଜରେ ପରିବର୍ତ୍ତନ ଆଣିବା ଦିଗରେ ଏକ ଉତ୍ତମ ପଦକ୍ଷେପ ବୋଲି ଲୋକମାନେ କହିଛନ୍ତି । ତେବେ ଅନେକଙ୍କ ମନରେ ପ୍ରଶ୍ନ ଥିଲା ଯେ, ଦୀପିକାଙ୍କ ଏ ଲୁକ୍‌ରେ କେତେ ପରିଶ୍ରମ ହୋଇଥିବ ।

ଦୀପିକାରୁ ଲକ୍ଷ୍ମୀ ହେବାର ଯାତ୍ରାକୁ ନେଇ ଏକ ମେକିଂଙ୍ଗ୍ ଭିଡିଓ ସେୟାର କରାଯାଇଛି । ପ୍ରୋସ୍ଥେଟିକ୍ସ ସାହାଯ୍ୟରେ ଦୀପିକା ହାସଲ କରିଥିଲେ ଛପାକର ଲୁକ୍ । ଭିଡିଓ ସେୟାର କରି ଦୀପିକା ଲେଖିଛନ୍ତି, ଛପାକର ଚେହେରା, ସାହାସର ଚେହେରା, ଶକ୍ତିର ଚେହେରା । ଏହାସହ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ବ୍ୟକ୍ତି ବିଶେଷଙ୍କ ନାଁ ମଧ୍ୟ ଦୀପିକା ନିଜ ପାଷ୍ଟରେ ଲେଖିଛନ୍ତି । ଏହାସହ ନିର୍ଦ୍ଦେଶକ ମେଘନା ଗୁଲଜାର ମଧ୍ୟ ଏହି ମେକିଂ ଭିଡିଓ ସେୟାର କରିବା ସହ ଫିଲ୍ମ ନିର୍ମାଣ ସମୟର ସ୍ମୃତି ମଧ୍ୟ ବଖାଣିଛନ୍ତି । ଏଥିରେ ମୋଟ 9ଟି ଲୁକ୍‌ ଥିଲା, ଯାହା ଲକ୍ଷ୍ମୀର ଯାତ୍ରାକୁ ଦର୍ଶାଇଥିଲା । ତେବେ ଏ ଭିଡିଓ ମାଧ୍ୟମରେ ଦେଖିବାକୁ ମିଳିଛି ଯେ, ପ୍ରୋସ୍ଥେଟିକ୍‌ କଳାକାର ଦୀପିକାଙ୍କ ଚେହେରାକୁ ନେଇ ପ୍ରଶଂସନୀୟ କାମ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top