ମନୋରଞ୍ଜନ

ଆଜି ୩୬ ବର୍ଷରେ ପାଦ ଦେଲେ କଣ୍ଠଶିଳ୍ପୀ ଶ୍ରେୟା

Shreya Ghosal

ଅର୍ଗସ ବ୍ୟୁରୋ: ଆଜି ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ଜନ୍ମଦିନ । ସୁମଧୁର କଣ୍ଠରେ ଦେଶ ବିଦେଶର ଅଗଣିତ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ରାଜ୍ କରୁଥିବା ଶ୍ରେୟା ଘୋଷାଲ୍, ଆଜି ତାଙ୍କର 36ତମ ଜନ୍ମଦିନ ପାଳନ କରିଛନ୍ତି । 1984 ମସିହା ମାର୍ଚ୍ଚ 12 ତାରିଖରେ ୱେଷ୍ଟ୍‌ ବେଙ୍ଗଲରେ ସେ ଜନ୍ମ ଗ୍ରହଣ କରିଥିଲେ । ମାତ୍ର 4 ବର୍ଷ ବୟସରେ ରାଜସ୍ଥାନର ରାୱତଭଟ୍ଟା ଅଞ୍ଚଳରେ ରହୁଥିବା ବେଳେ ସେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ପରେ ଠିକ୍ 16 ବର୍ଷ ବୟସରେ ରିୟାଲିଟି ସୋ’ ସାରେଗାମାପାରେ ଚାମ୍ପିଅନ୍‌ ହୋଇ ଟାଇଟଲ ହାସଲ କରିଥିଲେ । ଏହାପରେ ଆରମ୍ଭ ହୋଇଯାଇଥିଲା ତାଙ୍କର ମ୍ୟୁଜିକାଲ ଜର୍ଣ୍ଣି ।

ଟାଇଟଲ ଜିତିବା ପରେ ସେହି ବର୍ଷ ସଞ୍ଜୟ ଲୀଲା ଭଂଶାଲୀଙ୍କ ବ୍ଲକବଷ୍ଟର୍ ଫିଲ୍ମ ‘ଦେବଦାସ୍’ରେ ପାରୋ ଚରିତ୍ର ପାଇଁ କଣ୍ଠଦାନ କରି ପ୍ରସିଦ୍ଧି ଲାଭ କରିଥିଲେ ଶ୍ରେୟା । ଏହା ସହ ଦେବଦାସ୍ ଫିଲ୍ମରେ ପ୍ରାୟତଃ ସବୁ ଗୀତରେ ସେ କଣ୍ଠଦାନ କରିଥିଲେ । ଫିଲ୍ମ ଦେବଦାସ୍‌ର ପପୁଲାର ସଙ୍ଗ ଡୋଲାରେ ଡୋଲା ପାଇଁ ସେ ନିଜ କ୍ୟକରିୟର ପ୍ରଥମ ଫିଲ୍ମ ଫେୟାର୍‌ ଆଓ୍ୱରର୍ଡ ଜିତିଥିଲେ । ଏହାସହ ସେହି ଫିଲ୍ମର ଆଉ ଏକ ଗୀତ ବେରି ପିୟା ପାଇଁ ବେଷ୍ଟ ଫିମେଲ୍‌ ପ୍ଲେବ୍ୟାକ୍‌ ସିଙ୍ଗର ଭାବେ ଜାତୀୟ ଫିଲ୍ମ ଆଓ୍ୱାର୍ଡ ମଧ୍ୟ ହାତେଇଥିଲେ । ନିକଟରେ ରିଲିଜ ହୋଇଥିବା ଫିଲ୍ମ କଲଙ୍କଘର ମୋରେ ପରଦେଶୀଆ, ଆଲବମ ଗୀତ ଲୈଜା ଲୈଜାରେ, 2003 ମସିହାର ଫିଲ୍ମ ଜିସ୍ମଗୀତ ଯାଦୁ ହେ ନଶା ହେ, ଫିଲ୍ମ ପରିଣିତାପିୟା ବୋଲେ ଭଳି ଅନେକ ହୃଦୟଷ୍ପର୍ଶୀ ଗୀତରେ କଣ୍ଠଦାନ କରି ଲୋକଙ୍କ ହୃଦୟ ଜିତିଛନ୍ତି ଶ୍ରେୟା । କେବଳ ହିନ୍ଦୀ ନୁହେଁ ତାମିଲ, କନ୍ନଡ, ବେଙ୍ଗଲୀ, ମଲାୟାଲମ୍, ତେଲୁଗୁ, ଗୁଜୁରାଟୀ, ପଞ୍ଜାବୀ, ଓଡିଆ ଆଦି ଭାଷାରେ ଗୀତ ଗାଇଛନ୍ତି ଶ୍ରେୟା ଘୋଷାଲ୍‌ ଆଜି ତାଙ୍କ ଜନ୍ମ ଦିନରେ ଅର୍ଗସ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top