ଟିଭି

ବାଦଶାହଙ୍କ ହୋସ୍‌ ଉଡ଼ାଇଲେ ନୋରା: NO-NO କରି ବି ଏହା କରିବାକୁ ବାଧ୍ୟ ହେଲେ

ମୁମ୍ବାଇ: ନୋରା ଫତେହିଙ୍କ ଯେକୌଣସି ଭିଡିଓ ଆପଣ ଦେଖିଥିବେ । କିନ୍ତୁ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହା ହୁଏତ ଦେଖିନଥିବେ । ରାପର ବାଦଶାହଙ୍କ ସହ ଭାଇରାଲ ହେଉଥିବା ଏହି ଭିଡିଓ, ଯେଉଁଥିରେ ନୋରାଙ୍କ ସାମ୍ନାରେ ବାଦଶାହ ହାର ମାନୁଥିବା ଦେଖିବାକୁ ମିଳୁଛି । ନୋ, ନୋ କରି ମଧ୍ୟ ଶେଷରେ ନୋରାଙ୍କ କଥାକୁ ମାନିବାକୁ ବାଧ୍ୟ ହେଉଛନ୍ତି ବାଦଶାହ ।

ନୋରା ଫତେହି ଖୁବଶୀଘ୍ର ‘ଷ୍ଟ୍ରିଟ୍‌ ଡ୍ୟାନ୍ସର 3ଡି’ରେ ନଜର ଆସିବାକୁ ଯାଉଛନ୍ତି । ଯେଉଁଥିରେ ଏକ ଗୀତ ‘ହାୟ ଗର୍ମୀ’ରେ ଦମଦାର ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ନୋରା । ଭାଇରାଲ ଭିଡିଓ ବି ଏହି ଗୀତକୁ ନେଇ ହୋଇଛି । ଯେଉଁଥିରେ ବାଦଶାହଙ୍କୁ ଡରାଇ ଡରାଇ ଦିନରେ ତାରା ଦେଖାଇ ଦେଇଛନ୍ତି ନୋରା ।

ଭାଇରାଲ ଭିଡିଓରେ ବାଦଶାହ ଏବଂ ନୋରା ମିଶି ଷ୍ଟ୍ରିଟ୍‌ ଡ୍ୟାନ୍ସର 3ଡିର ଏକ ଭିଡିଓ ଦେଖୁଥିବା ବେଳେ ନୋରା ସେଥିରେ ଏକ ସିଗ୍ନେଚର୍‌ ଷ୍ଟେପ୍‌ ଯୋଡ଼ିବାକୁ କହୁଛନ୍ତି । କିନ୍ତୁ ଏହାକୁ ପ୍ରତ୍ୟାଖାନ କରି ବାଦଶାହ ଚାଲିଯାଉଥିବା ବେଳେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରୁଛନ୍ତି ନୋରା । ତାପରେ ବାଦଶାହଙ୍କ ହାଲ ବେହାଲ କରିପକାଇଛନ୍ତି ନୋରା । ଆପଣ ଦେଖନ୍ତୁ….

ଏହି ଭିଡିଓକୁ ନୋରା ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ଅପଲୋଡ କରିଛନ୍ତି । 24 ଘଣ୍ଟାରେ ଏହି ଭିଡିଓ 16 ଲକ୍ଷରୁ ଅଧିକ ଭିଉ ହୋଇସାରିଲାଣି । ଏହି ଭିଡିଓ ଉପରେ ଫ୍ୟାନ୍ସଙ୍କ ରିୟାକ୍ସନ ମଧ୍ୟ ଆସୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top