ମୁମ୍ବାଇ: ବଲିଉଡ୍ ଷ୍ଟାର୍ ଯେଉଁ ସ୍ଥାନକୁ ବି ଯାଆନ୍ତୁ ନା କାହିଁକି ତାଙ୍କ ଚାରି ପାର୍ଶ୍ୱରେ କ୍ୟାମେରା ନଜର ଆସିଥାଏ । ଲାଇମ୍ ଲାଇଟ୍ରେ ରହିବାକୁ ବହୁତ ପସନ୍ଦ କରିଥାନ୍ତି ବଲିଉଡ୍ ସେଲିବ୍ରିଟି । ଏହି କାରଣୁ ବହୁ ଷ୍ଟାର୍ଙ୍କୁ କ୍ୟାମେରା ପସନ୍ଦ ଥାଏ । କିନ୍ତୁ କେତେକ ଷ୍ଟାର ଅଛନ୍ତି ଯିଏକି କ୍ୟାମେରାକୁ ଦେଖୁ ଦେଖୁ ବିରକ୍ତ ହୋଇଯାଅନ୍ତି । ଏପରି ଘଟିଛି ନେତ୍ରୀ ତଥା ଅଭିନେତ୍ରୀ ଜୟା ବଚ୍ଚନଙ୍କ କ୍ଷେତ୍ରରେ ।
ତେବେ ଘଟଣାଟି ଏପରି ଘଟିଥିଲା, ଯେତେବେଳେ ଜୟା ବଚ୍ଚନ ପ୍ରସିଦ୍ଧ ବଲିଉଡ୍ ଫ୍ୟାସନ୍ ଡିଜାଇନର ମନୀଷ୍ ମଲହୋତ୍ରାଙ୍କ ବାପା ସୁରଜ ମଲହୋତ୍ରାଙ୍କ ପାଇଁ ଆୟୋଜନ କରାଯାଇଥିବା ଶୋକ ସଭାରେ ସେ ପହଞ୍ଚିଥିଲେ । ସୁରଜ ମଲହୋତ୍ରାଙ୍କ 18 ନଭେମ୍ବରରେ ନିଧନ ହୋଇଥିଲା । ଆଉ ତାଙ୍କର ଶୋକ ସଭା 19 ନଭେମ୍ବରରେ ଆୟୋଜନ କରାଯାଇଥିଲା । ଏଥିରେ ବଲିଉଡ୍ର ଅନେକ ସେଲିବ୍ରିଟି ମାନେ ନିମନ୍ତ୍ରିତ ହୋଇଥିଲେ । ଜୟା ମଧ୍ୟ ଏଥିରେ ସାମିଲ୍ ଥିଲେ । ଜୟା ବଚ୍ଚନ ଯେତେବେଳେ ଏହି ଶୋକ ସଭାରୁ ବାହାରି ଆସିଥିଲେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧୀମାନେ ଘେରିଯାଇଥିଲେ।
ଜୟାଙ୍କୁ ଏହି ଦୁଃଖଦ ସମୟରେ ଫଟୋ ଉଠାବରେ ଇଚ୍ଛା ନଥିଲା ଆଉ ସେ ରାଗି ଯାଇଥିଲେ । ସେ ବିରକ୍ତ ହୋଇ କହିଥିଲେ ତୁମ ମାନଙ୍କୁ ଭଦ୍ରାମି ଜଣା ନାହିଁ, ତୁମେମାନେ ସମୟ, ପରିସ୍ଥିତି ନ ଦେଖି ଫଟୋ ଉଠାଇବା ଆରମ୍ଭ କରିଦିଅ । ଏମତି ଗାଳି କରି ଜୟା ନିଜ ଗାଡିରେ ବସିଥିଲେ । ତେବେ ଜୟାଙ୍କ ଏଭଳି ବ୍ୟବହାର ପ୍ରଥମ ଥର ପାଇଁ ନୁହେଁ, ପୂର୍ବରୁ ମଧ୍ୟ ବହୁଥର ସେ ମିଡିଆକୁ ଏଭଳି କଟୁଭାଷା କହିଛନ୍ତି । କିନ୍ତୁ ଏଠି ଗୋଟେ କଥା କହି ରଖୁଛୁ ଯେ, ସାମ୍ବାଦିକମାନଙ୍କ କର୍ତ୍ତବ୍ୟ ସେମାନେ ସବୁ ପ୍ରକାର ପରିସ୍ଥିତର ଖବର ଉପରେ ଧ୍ୟାନ ଦେବେ ।
