ରାଜ୍ୟ

ବାଗି-3ର ଫାଷ୍ଟ ଲୁକ୍‌ ଭାଇରାଲ, ଉତ୍ସୁକତାର ସହ ଚାହିଁରହିଛନ୍ତି ଦର୍ଶକ…

Tiger shroff

ସାମ୍ନାକୁ ଆସିଲା ବାଗି-3ର ଫାଷ୍ଟ ଲୁକ୍‌ । ଟାଇଗର୍‌ ସ୍ରଫ୍‌ ନିଜେ ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଫିଲ୍ମ ବାଗି-3ର ଫାଷ୍ଟ ଲୁକ୍‌ ସେୟାର କରିଛନ୍ତି । ଏହି ପୋଷ୍ଟରରେ ଟାଇଗର ଗୋଟିଏ ଯୁଦ୍ଧ ମଇଦାନରେ ଛିଡ଼ା ହୋଇଛନ୍ତି । ଟାଇଗର ଏହି ଫଟୋ ସେୟାର କରି ଫିଲ୍ମ ରିଲିଜ୍‌ର ଡେଟ୍‌ ମଧ୍ୟ କହିଛନ୍ତି । ଫିଲ୍ମର ଏହି ଫାଷ୍ଟ ଲୁକ୍‌ ଭାଇରାଲ ହେବାରେ ଲାଗିଛି ।

ଟାଇଗର ଇନ୍‌ଷ୍ଟାଗ୍ରାମ୍‌ରେ ବାଗି-3ର ଫାଷ୍ଟ ଲୁକ୍‌ ସେୟାର କରି ଲେଖିଛନ୍ତି ଯେ, ‘ନିଜ ଦେଶର ସବୁଠାରୁ ବଡ଼ ଶତ୍ରୁ ବିରୋଧରେ, ସବୁଠାରୁ ବଡ଼ ଯୁଦ୍ଧ, ଗୋଟିଏ ଦେଶ ବିରୋଧରେ, ରନୀ ପୁଣି ଫେରିଆସିଛି । ଫିଲ୍ମର ଟ୍ରେଲର 6 ଫେବ୍ରୁଆରୀରେ ରିଲିଜ୍‌ ହେବ । ଟାଇଗରଙ୍କ ଏଭଳି କ୍ୟାପ୍‌ସନ୍‌ରୁ ତାଙ୍କ ନାଁ ସ୍ପଷ୍ଟ ଜଣାପଡ଼ୁଛି ।

ଫିଲ୍ମର ପୋଷ୍ଟରରେ ଟାଇଗର ଫାଇଟ୍‌ ମୋଡ୍‌ରେ ନଜର ଆସୁଛନ୍ତି । ତାଙ୍କ ସାମ୍ନାରେ ଅନେକ ଟ୍ୟାଙ୍କ, ହେଲିକପ୍ଟର ରହିଛି ଯେଉଁଥିରୁ ନିଆଁ ବାହାରୁଛି । ଏହି ଯୁଦ୍ଧ ମେସିନ୍‌ ଗୁଡ଼ିକ ସାମ୍ନାରେ ଟାଇଗର ଛାତି ଫୁଲେଇ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି । ତାଙ୍କ ସହ ଏକ ରାଇଫଲ ମଧ୍ୟ ଦେଖାଯାଉଛି ।

ତେବେ ଏହି ଫିଲ୍ମରେ ଟାଇଗର ପୁଣି ଶ୍ରଦ୍ଧା କାପୁରଙ୍କ ସହିତ ନଜର ଆସିବେ । ପୂର୍ବରୁ ମଧ୍ୟ ଟାଇଗର ଓ ଶ୍ରଦ୍ଧାଙ୍କ ଯୋଡ଼ିକୁ ଦର୍ଶକ ବେଶ୍‌ ଉପଭୋଗ କରିଛନ୍ତି । ଏବେ ଏହି ଫିଲ୍ମରେ ପୁଣି ସେମାନଙ୍କର ଯୋଡ଼ି ପୁଣି ସାମ୍ନାକୁ ଆସିବ ।

ଶ୍ରଦ୍ଧା ଓ ଟାଇଗରଙ୍କ ବ୍ୟତୀତ ଏହି ଫିଲ୍ମରେ ରିତେଶ ଦେଶମୁଖ୍‌, ବିଜୟ ବର୍ମା, ଅଙ୍କିତ ଲୋଖଣ୍ଡେ, ଦିଶା ପଟାନୀ, ଜୈକି ସ୍ରଫ୍‌ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏହି ମୁଭି ଆକ୍ସନ ଏବଂ ଥ୍ରୀଲର୍‌ରେ ଭରପୁର ରହିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅହମ୍ମଦ ଖାନ୍‌ । ସାଜିଦ୍‌ ନଡ଼ିଆଓ୍ୱାଲା ଏହି ଫିଲ୍ମର ପ୍ରଜୋଜନା କରିଛନ୍ତି । ଏହି ଫିଲ୍ମ ଆସନ୍ତା ମାର୍ଚ୍ଚରେ ମୁକ୍ତିଲାଭ କରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top