ନ୍ୟୁଜ୍

ଛପାକ ଉପରେ ଲାଗିଲା ରୋକ୍‌, ୧୫ ଜାନୁଆରୀରୁ ବଡ଼ ପରଦାରେ ଦେଖିବାକୁ ମିଳିବନି..!

CHHAPAK

ନୂଆଦିଲ୍ଲୀ: ଛପାକ ଉପରେ ଲାଗିଲା ରୋକ । ଆଗାମୀ 15 ତାରିଖରୁ ଆଉ ବଡ଼ ପରଦାରେ ଦେଖିବାକୁ ମିଳିବନି ଛପାକ । 10 ଜାନୁଆରୀରେ ବଡ଼ ପରଦାରେ ରିଲିଜ୍‌ ହୋଇଥିବା ଦୀପିକାଙ୍କ ଫିଲ୍ମ ଛପାକରେ ଦିଲ୍ଲୀ ହାଇକୋର୍ଟ ଲକ୍ଷ୍ମୀ ଅଗ୍ରଓ୍ୱାଲଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍‌ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟଙ୍କ କହିବାନୁଯାୟୀ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍‌ ନଦେଲେ ଆଗାମୀ 15 ତାରିଖରୁ କୌଣସି ମଲ୍ଟିପ୍ଲେକ୍ସରେ କିମ୍ବା ଲାଇଭ୍‌ ଷ୍ଟ୍ରିମିଂ ଆଦିରେ ଫିଲ୍ମ ପ୍ରଦର୍ଶନ କରାଯାଇପାରିବ ନାହିଁ । ଅନ୍ୟମାନଙ୍କ ପାଇଁ ଏହି ନିୟମ 17 ଜାନୁଆରୀରୁ ଲାଗୁ ହେବ ।

ତେବେ ଏହା ପୂବରୁ ମଧ୍ୟ ପଟ୍ଟିଆଲା ହାଉସ କୋର୍ଟ ଲକ୍ଷ୍ମୀ ଅଗ୍ରଓ୍ୱାଲଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍‌ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଫ୍ୟାକ୍ସ ଷ୍ଟୁଡିଓ ଓ ମେଘନା ଗୁଜରାଲ ଏହି ଆଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top