ଟିଭି

ସୋସିଆଲ ମିଡିଆରେ ଧୁମ୍‌ ମଚାଉଛି କମେଡି କିଙ୍ଗ୍‌ଙ୍କ ଅଞ୍ଜେଲ ଫଟୋ…

ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସିଲା କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଝିଅର ପ୍ରଥମ ଫଟୋ । କପିଲ ନିଜ ଝିଅ ଅନ୍ୟାରାଙ୍କ ପ୍ରଥମ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ନିଜ ଟ୍ୱିଟ୍‌ ଆକାଉଣ୍ଟରେ କୁନି ଝିଅକୁ ଧରି ଓ ତାଙ୍କ ପତ୍ନୀ ଗିନ୍ନିଙ୍କ ସହ ସେ ଫଟୋ ସେୟାର କରିଛନ୍ତି । ଆଉ ସେହି ଫଟୋକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଦିଆଯାଇଛି । କପିଲଙ୍କ ଫ୍ୟାନ୍‌ମାନେ ଏହି ଫଟୋରେ ଧୁମ୍‌ କମେଣ୍ଟ ଦେଇଛନ୍ତି । ଅନେକ ରି-ଟ୍ୱିଟ୍‌ ମଧ୍ୟ କରିଛନ୍ତି ।

କପିଲ ଟ୍ବିଟ୍‌ କରି କହିଛନ୍ତି, ‘ଆମ ଘରକୁ ଝିଅ ଆସିଛି ଏବେ ଆପଣ ସମସ୍ତଙ୍କର ଆର୍ଶୀବାଦର ଆବଶ୍ୟକ ରହିଛି । ଆପଣ ମାନଙ୍କୁ ଢେର୍‌ ସାରା ଭଲପାଇବା ଓ ଜୟ ମାତା ଦି’ । ତେବେ କପିଲ ୨୦୧୮ମସିହା ଡିସେମ୍ବର ୧୩ ତାରିଖରେ ଗିନ୍ନି ଚତରଥଙ୍କୁ ବିବାହ କରିଥିଲେ । ଏହାର ଏକ ବର୍ଷ ମଧ୍ୟରେ ସେ ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । କପିଲଙ୍କ ପତ୍ନୀ ଗିନ୍ନି ଚତରଥ ୨୦୧୯ ମସିହା ଡିସେମ୍ବର 10 ତାରିଖରେ  ତାଙ୍କର କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । କନ୍ୟା ସନ୍ତାନ ପାଇ କପିଲ ଓ ଗିନ୍ନି ବେଶ୍‌ ଖୁସି ଅଛନ୍ତି । କନ୍ୟା ସନ୍ତାନ ଆସିଲେ ଘରକୁ ଲକ୍ଷ୍ମୀ ଆସିଲେ ବୋଲି କପିଲ ବିଶ୍ୱାସ କରନ୍ତି । ଏବେ କପିଲ ଓ ତାଙ୍କ ଲିଟିଲ ଆଞ୍ଜେଲର କିଛି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଧୁମ୍‌ ମଚାଇଛି । ଫ୍ୟାନ୍‌ମାନଙ୍କୁ ଏହି ଫଟୋଟି ଅନେକ ପସନ୍ଦ ଆସୁଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top