ଟିଭି

ଅଭିନେତା ଶାହବାଜଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

Sahabaz khan

ନୂଆଦିଲ୍ଲୀ: ପୁଣି ବିବାଦରେ ବଲିଉଡ୍‌ । ଫିଲ୍ମ କଳାକାର ତଥା ଟିଭି କଳାକାର ପୁଣି ବିବାଦରେ । ପ୍ରସିଦ୍ଧ ଟିଭି କଳାକାର ଶାହବାଜ ଖାନଙ୍କ ବିରୋଧରେ ଆସିଲା ସଂଘାତିକ ଅଭିଯୋଗ । ମୁମ୍ବାଇ ପୋଲିସ ଆଣିଲା ଶାହବାଜଙ୍କ ନାଁରେ ଅସଦାଚରଣ ଅଭିଯୋଗ । ଜଣେ ନାବାଳିକା ତାଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଓସିବାରା ପୋଲିସ ଷ୍ଟେସନରେ ଆଇପିସି ଧାରା ୩୫୪ ଏବଂ ୫୦୯ ଆଧାରରେ ଶାହବାଜଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।

ବଲିଉଡରେ ପ୍ରାୟତଃ ଖଳନାୟକ ଭୂମିକାରେ ନଜର ଆସୁଥିବା ଶାହବାଜ ରାଜୁ ଚାଚା, ଚଲ ମେରେ ଭାଇ, ବାଦଲ, ଜୟ ହିନ୍ଦ ଏବଂ ମେହେନ୍ଦୀ ଭଳି ଫିଲ୍ମରେ ନଜର ଆସିଛନ୍ତି । ସେହିପରି ଛୋଟ ପରଦାରେ ମଧ୍ୟ ସେ ଅଭିନୟ କରି ଲୋକଙ୍କ ମନ କିଣିବାରେ ସଫଳ ହୋଇଛନ୍ତି । ସିଆଇଡ଼ି, ନିୟତ, ଯୁଗ, ଆମୃପାଲି ଏବଂ ରାବଣ ଭଳି ଟିଭି ସୋ’ରେ କାମ କରିସାରିଛନ୍ତି । ତେବେ ଶାହବାଜଙ୍କ ବିରୋଧରେ ଆସିଥିବା ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି । ଶାହବାଜଙ୍କୁ ଏଯାବତ୍ ଗିରଫ କରାଯାଇ ନଥିବା ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top