ନ୍ୟୁଜ୍

‘ମିଷ୍ଟର ଇଣ୍ଡିଆ’ ରିମେକ୍‌ ପାଇଁ ବାପାଙ୍କୁ ନପଚାରିବାରୁ ରାଗି ଗଲେ ସୋନମ !

anil-sonam

ଅର୍ଗସ ବ୍ୟୁରୋ: ଖୁବ୍‌ ଶୀଘ୍ର ପୁଣି ଥିରେ ବଡ଼ ପରଦାରେ ଦେଖିବାକୁ ମିଳିବ ବହୁ ଚର୍ଚ୍ଚିତ ମିଷ୍ଟର ଇଣ୍ଡିଆର ରିମେକ୍‌ । 1983ରେ ମୁକ୍ତି ଲାଭ କରିଥିବା ଏହି ମିଷ୍ଟର ଇଣ୍ଡିଆ ଚଳଚ୍ଚିତ୍ର ଦର୍ଶକଙ୍କ ମନକୁ ବେଶ୍‌ ଛୁଇଁଥିଲା । ଆଉ ଆଜି ପର୍ଯ୍ୟନ୍ତ ସେ ଚଳଚ୍ଚିତ୍ର ପାଇଁ ଅନୀଲ କାପୁରଙ୍କୁ ଦର୍ଶକ ବେଶ ପ୍ରଶଂସା କରୁଛନ୍ତି । ତେବେ ଏସବୁ କହିବାର କାରଣ ହେଲା ମିଷ୍ଟର ଇଣ୍ଡିଆର ରିମେକ୍‌ କରାଯାଉଥିବା ବେଳେ ଅନୀଲ କାପୁରଙ୍କୁ ଏନେଇ କେହି ଯୋଗଯୋଗ କରିନଥିବା ଅଭିଯୋଗ କରିଛନ୍ତି ସୋନମ କାପୁର ।

ଅନୀଲଙ୍କ ଝିଅ ସୋନମ କାପୁର ରାଗରେ ଜର୍ଜରିତ ହୋଇ ସୋସିଆଲ ମିଡିଆ ମାଧ୍ୟମରେ ନିଜର କ୍ଷୋଭ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ସୋନମ ସୋସିଆଲ ମିଡିଆରେ ଲେଖିଛନ୍ତି, ଏହି ଚଳଚ୍ଚିତରେ ମୁଖ୍ୟ ଭୂମିକାରେ ମୋ ବାପା ଅନୀଲ କାପୁର ଥିବା ବେଳେ, ଚଳଚ୍ଚିତ୍ରର ପ୍ରଯୋଜନା ତାଙ୍କ ବଡ଼ ବାପା ବୋନି କପୁର ଓ ନିର୍ଦେଶନା ଶେଖର କପୁର ଦେଇଥିଲେ । ଏହାର ରିମେକ୍‌‌ର ନିର୍ଦେଶନା ଦାୟିତ୍ୱ ଅଲୀ ଅବ୍‌ବାସ୍ ଜଫର୍ ନେଇଛନ୍ତି । ରିମେକ୍‌ରେ ମୋଗାମ୍ବୋ ଭୂମିକାରେ କିଙ୍ଗ୍ ଖାନ୍ ଶାହରୁଖ୍‌ଙ୍କୁ ମଧ୍ୟ ସାଇନ୍‌ କରାଯାଇଥିବା ସବୁଠି ଚର୍ଚ୍ଚା ହେଲାଣି । ଏନେଇ ଅଲ୍ଲୀ ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟରେ ମଧ୍ୟ ଉଲ୍ଲେଖ କରି ସ୍ପଷ୍ଟ କରିଛନ୍ତି ।

ଏହି ଚଳଚ୍ଚିତ୍ର ପାଇଁ ସୋନମଙ୍କ ବାପା ସବୁବେଳେ ଗର୍ବିତ । ଏହି ସୁପରହିଟ୍ ଚଳଚ୍ଚିତ୍ରର ରିମେକ୍‌ ନିମନ୍ତେ ତାଙ୍କ ବାପାଙ୍କୁ ଓ ଶେଖର୍‌ ସାର୍‌ଙ୍କୁ କେହି ବି ଥରୁଟିଏ ହେଲେ ଯୋଗାଯୋଗ କରିନାହାନ୍ତି । ଯାହାକି ବଲିଉଡ୍‌ ଇଣ୍ଡଷ୍ଟ୍ରୀ ପାଇଁ ଅତ୍ୟନ୍ତ  ଦୁଃଖର କଥା । ଅଲ୍ଲୀଙ୍କ ଭଳି ଜଣେ ବଡ଼ ନିର୍ଦେଶକ ଏପରି ଭୁଲ୍ କରିବା ଉଚିତ୍ ନଥିଲା ବୋଲି ସୋନମ୍‌ ନିଜ ପୋଷ୍ଟରେ କହିଛନ୍ତି । ତେବେ ସୋନମ୍‌ଙ୍କ ଏହି ପୋଷ୍ଟରୁ ତାଙ୍କ ମନ ଭିତରେ ଥିବା କ୍ଷୋଭ ଓ ରାଗ କେତେ ପରିମାଣର ରହିଛି ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top