ରାଜ୍ୟ

ଜମୁଛି କଟକ ବାଲିଯାତ୍ରା, ଦିଲ୍‌ ଜିତିଲେ ଦିଲେର

କଟକ: ଦିନ ଗଡିବା ସହ ମେଳାରେ ବଢି ବଢି ଚାଲିଛି ଦର୍ଶକଙ୍କ ସଂଖ୍ୟା । ଆଉ ସନ୍ଧ୍ୟା ହେଲେ ଜମୁଛି କଟକର ଐତିହାସିକ ବାଲିଯାତ୍ରା  । ଶନିବାର ମେଳା ରେ ହୋଇଥିଲା ସବୁଠାରୁ ଅଧିକ ଭିଡ । କାରଣ ପ୍ରମୁଖ ଆକର୍ଷଣ ପାଲଟିଥିଲେ ବଲିଉଡ଼ ସିଙ୍ଗର ଦିଲେର ମେହେନ୍ଦୀ ।

‘ମସ୍ତ ଭରି ରାତ ହୈ ବାଲିଯାତ୍ରା କା ସାଥ ହୈ’ ଗୀତରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ବଲିଉଡ ନାମୀ ସିଙ୍ଗର ଦିଲେର ମେହେନ୍ଦୀ । ପରେ ପରେ ଗୋଟିଏ ପରେ ଗୋଟିଏ ହିଟ ଗୀତ, ହାଇଓ ରବା ହାଇଓ ରବା ….ଆଉ ତା ପରେ ବୋଲୋ ତାରା ରାରା….ଡର ଦି ରବ ରବ କରଦି କି ଲୋଗ ବୋଲେ ଛୁଇ ମୁଇ…ସହ ଅନେକ ପୁରୁଣା ଗୀତକୁ ମଧ୍ୟ ନିଜ ଅନ୍ଦାଜରେ ପରିବେଷଣ କରିଥିଲେ ଦିଲେର । ତେବେ ଏହା ଛଡା ଅନେକ ନୂଆ ଫିଲ୍ମର ଗୀତ ଗୋଲ୍ଡ, ବାହୁବଲି, ଦଙ୍ଗଲ ଆଦିର ଗୀତକୁ ମଧ୍ୟ ଗୋଟିଏ ପରେ ଗୋଟିଏ ମଞ୍ଚ ଉପରେ ପରିବେଷଣ କରିଥିଲେ ଦର୍ଶକଙ୍କ ମନ ଜିଣିଥିଲେ ଦିଲେର ମେହେନ୍ଦୀ ।

ମଞ୍ଚ ଚାରି କଡରେ ଥିବା ହଜାର ହଜାର ଦର୍ଶକ ଏହାକୁ ଭରପୁର ଉପଭୋଗ କରିବା ସହ ଦିଲେରଙ୍କ ସଂଗୀତରେ ଝୁମି ଉଠିଥିଲେ । ବିଶେଷ କରି ଯୁବପିଢି ଦିଲେର ମେହେନ୍ଦୀଙ୍କ ଏହି ସୋ’କୁ ଖୁବ ପସନ୍ଦ କରିଥିଲେ । ତେବେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, କଟକ ଡିସିପି ଅଖିଲେଶ୍ବର ସିଂ, ଟ୍ରାଫିକ ଡିସିପି ସାଗରିକା ନାଥ, ସିଏମସି କମିଶନର ଅନନ୍ୟା ଦାସ ପ୍ରମୁଖ ମଧ୍ୟ ଉପସ୍ଥିତ ରହି ଦିଲେର ମେହେନ୍ଦୀଙ୍କ କାର୍ଯ୍ୟକ୍ରମର ମଜା ନେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top