ଦେଶ

ପଞ୍ଚତତ୍ତ୍ୱରେ ବିଲିନ ହେଲେ ସୁଶାନ୍ତ

 ମୁମ୍ବାଇ: ପଞ୍ଚତତ୍ତ୍ୱରେ ବିଲିନ ହେଲେ ସୁଶାନ୍ତ ।  ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷକୃତ୍ୟ ମୁମ୍ବାଇ ସ୍ଥିତ ଭିଲେପାର୍ଲେ ସ୍ଥିତି ଶ୍ମଶାନ ଘାଟରେ କରାଯାଇଛି। ସୁଶାନ୍ତଙ୍କୁ ବିଦାୟ ଦେବାକୁ ବଲିଉଡ୍‌ ନାୟିକା କ୍ରିତି ସାନନ, ଶ୍ରଦ୍ଧା କପୁର ପହଞ୍ଚିଥିବା ବେଳେ ବାନ୍ଧବୀ ରିୟା ଚକ୍ରବର୍ତ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।   ବିବେକ ଓବରୟ, ରଣଦୀପ ହୁଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ତେବେ ସମସ୍ତଙ୍କ ନଜର ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କ ଉପରେ ରହିଥିଲା ।

ଏହାସହ ସୁଶାନ୍ତଙ୍କ ପିତା ଓ ପରିବାର ସଦସ୍ୟ ମଧ୍ୟ ଶ୍ମଶାନ ଘାଟରେ ଉପସ୍ଥିତ ଥିଲେ। ସୁଶାନ୍ତଙ୍କୁ ଶେଷ ବିଦାୟ ଦେବା ସମୟରେ ସମସ୍ତଙ୍କ ଆଖି ଲୁହରେ ଭିଜି ଯାଇଥିବା ବେଳେ ସତେ ଯେମିତି ଇନ୍ଦ୍ର ଦେବତା ବି ଏଥିରେ ସମବେଦନା ପ୍ରକାଶ କରିଥିଲେ। ବର୍ଷା ସତ୍ତ୍ୱେ ଛତାଧରି ସୁଶାନ୍ତଙ୍କୁ ଶେଷଥର ପାଇଁ ବିଦାୟ ଦେଇଥିଲେ ତାଙ୍କ ପ୍ରିୟ ପରିଜନ। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନରେ ସାମିଲ ହେବାକୁ ମାତ୍ର ୨୦ ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top