ଦେଶ

ଐଶ୍ୱର୍ଯ୍ୟା ଓ ଆରାଧ୍ୟା କରୋନା ପଜିଟିଭ୍‌, ଆଶୁ ଆରୋଗ୍ୟ କାମନା କଲେ ବିବେକ ଓବରୟ

ନୂଆଦିଲ୍ଲୀ: କରୋନା କବଳରେ ବଲିଉଡ । ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କରୋନା ପଜିଟିଭ୍‌ ଚିହ୍ନଟ ପରେ ଆଜି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସାରା ଦେଶ ବଚ୍ଚନ ପରିବାର ପାଇଁ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

କିନ୍ତୁ ଏବେ ଆଉ ଜଣେ ଅଭିନେତା ବଚ୍ଚନ ଫ୍ୟାମିଲି ପାଇଁ ଇଶ୍ୱରଙ୍କୁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ସେ ଆଉ କେହି ନୁହଁନ୍ତି ବଲିଉଡ ଅଭିନେତା ବିବେକ ଓବରୟ । ଆଜି ଐଶ୍ୱର୍ଯ୍ୟା ଓ ଆରାଧ୍ୟ କରୋନା ପଜିଟିଭ୍‌ ଥିବା ଜାଣିବା ପରେ ଟ୍ୱିଟ୍‌ କରିଛନ୍ତି ବିବେକ ।

ବିବେକ ଓବରୟ ଟ୍ୱିଟ୍‌ କରି କହିଛନ୍ତି, ‘ପରିବାରର ଆଶୁ ଆରୋଗ୍ୟ ପାଇଁ ଆମର ପ୍ରାର୍ଥନା ।’ କିଛି ସମୟ ପରେ ଅଭିଷେକ ବଚ୍ଚନ ଟ୍ୱିଟ୍‌ କରି ଐଶ୍ୱର୍ଯ୍ୟା ଓ ଆରାଧ୍ୟ ହୋମ କ୍ୱାରେଣ୍ଟାଇନ୍‌ରେ ଥିବା ନେଇ ସୂଚନା ଦେଇଛନ୍ତି । ମା’ ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top