ନ୍ୟୁଜ୍

ଜାନଭୀ କପୁରଙ୍କ ପରିବାର କରୋନା ମୁକ୍ତ, ସୁସ୍ଥ ହେଲେ 3 ପଜିଟିଭ୍ କର୍ମଚାରୀ

ଅର୍ଗସ ବ୍ୟୁରୋ : ବଲିଉଡର ଭେଟେରାନ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ଘରର ଜଣେ କର୍ମଚାରୀ ନିକଟରେ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ଏହା ପରେ ପ୍ରଶଂସକମାନେ ବୋନି କପୁର, ଜାହ୍ନବୀ ଏବଂ ଖୁସିଙ୍କ ସ୍ୱାସ୍ଥ୍ୟ ବିଷୟରେ ବହୁତ ଚିନ୍ତିତ ଥିଲେ । ସୁରକ୍ଷା ଦୃଷ୍ଟିରୁ ବୋନି କପୁର, ଖୁସୀ କପୁର, ଜାହ୍ନବୀ କପୁର ଏବଂ ସେମାନଙ୍କର ସମସ୍ତ ପରିବାର 14 ଦିନ ହୋମ କ୍ୱାରାଣ୍ଟାଇନରେ ରହିଆସିଥିଲେ । ଏହା ପରେ, ବୋନି କପୁର ଟ୍ୱିଟ୍ କରି ପ୍ରଶଂସକଙ୍କ ସହ ଏକ ଖୁସି ଖବର ସେୟାର କରି କହିଛନ୍ତି, ତାଙ୍କ ପରିବାରର ସମସ୍ତ କରୋନା ପରୀକ୍ଷା ନେଗେଟିଭ ବୋଲି ଜଣାପଡିଛି। ବୋନି ଟ୍ୱିଟ୍ କରି କହିଛନ୍ତି,ଯେ “ମୁଁ ଏବଂ ମୋର ଝିଅମାନଙ୍କୁ କରୋନା ନେଗେଟିଭ୍ ବୋଲି କହି ଖୁସି ଅନୁଭବ କରୁଛି । ଆକ୍ରାନ୍ତ ହୋଇଥିବା ତିନିଜଣ ବ୍ୟକ୍ତି ମଧ୍ୟ ସୁସ୍ଥ ହୋଇଯାଇଛନ୍ତି ।”

Click to comment

Leave a Reply

Your email address will not be published. Required fields are marked *

Most Popular

To Top