X
Breaking News
ନ୍ୟୁଜ୍

ନକଲି ଔଷଧ ଖାଇ ୧୨ବର୍ଷ ନାବାଳକ ମୃତ ଅଭିଯୋଗ, ଡାକ୍ତର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

death

ଭଦ୍ରକ: ଭଦ୍ରକ ବାସୁଦେବପୁର ବିଦେଇପୁର କେରସାହିରେ ଜଣେ 12 ବର୍ଷ ନାବାଳକର ମୃତ୍ୟୁ ହେବା ପରେ ଗାଁରେ ଉତେଜନା ଦେଖା ଦେଇଥିଲା । ମୃତ ବାଳକ ହେଲା ସେହି ଗାଁର ସତ୍ୟବ୍ରତ ନାୟକଙ୍କ ପୁଅ ପ୍ରମୋଦ ନାୟକ ।

ସୂଚନା ଅନୁସାରେ, ପ୍ରମୋଦ ଗତ 2ଦିନ ଧରି ଜ୍ୱରରେ ପୀଡିତଥିବାରୁ ତାକୁ ପରିବାର ଲୋକ ବିଦେଇପୁର ବଜାରରେ ଥିବା ସାଇ ଶ୍ରୀ କ୍ଲିନିକର ଡାକ୍ତର ଏସ୍.କେ ସେନାପତିଙ୍କୁ ଦେଖାଇଥିଲେ । ଡାକ୍ତର ପ୍ରମୋଦକୁ ଟାଇଫଏଡ଼ ହେଇଛି ବୋଲି କହି ମେଡ଼ିସିନ ଦେଇଥିଲେ । ସେହି ଅନୁସାରେ ପ୍ରମୋଦକୁ ପରିବାର ଲୋକ ଗତକାଲି ରାତିରେ ମେଡ଼ିସିନ ଖାଇବାକୁ ଦେଇଥିଲେ । ଆଜି ସକାଳୁ ଆଉ ଥରେ ସେହି ମେଡ଼ିସିନ ଦେବାରୁ ପ୍ରମୋଦ ଗୁରୁତର ହୋଇଯାଇଥିଲା । ତୁରନ୍ତ ପରିବାର ଲୋକ ତାକୁ ବାସୁଦେବପୁର ମେଡିକାଲକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ ।

death

ହେଲେ ସାମାନ୍ୟ ଜ୍ୱରରେ ପୀଡିତ ରୋଗୀ ମେଡ଼ିସିନ ଖାଇବା ପରେ ହଠାତ ମୃତ୍ୟୁ ହେଇଯିବା ପରିବାର ଏହାକୁ ସ୍ୱୀକାର କରିପାରିନଥିଲା । ପରିବାର ଲୋକ ସମ୍ପୃକ୍ତ କ୍ଲିନିକର ଡାକ୍ତରଙ୍କୁ ଦାୟୀ କରିଛନ୍ତି । ତୁରନ୍ତ ସଂପୃକ୍ତ ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ । ଅନ୍ୟପଟେ ପ୍ରମୋଦର ମୃତ୍ୟୁ ପରେ ଆଜି ସମ୍ପୃକ୍ତ କ୍ଲିନିକ ବନ୍ଦ ଥିବା ଦେଖିବାକୁ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top