ଜୀବନ ମନ୍ତ୍ର

ବିପିୟୁଟି ନିଜ ନିଷ୍ପତ୍ତିର ପୁନଃ ବିଚାର କରି ଛାତ୍ରଛାତ୍ରୀଙ୍କ ହିତରେ କାର୍ଯ୍ୟ କରୁ: ଏବିଭିପି

ଭୁବନେଶ୍ୱର : ଓଡ଼ିଶାର ବୈଷୟିକ ବିଶ୍ୱବିଦ୍ୟାଳୟ ବିପିୟୁଟି ଶେଷ ସେମିଷ୍ଟର ଛାତ୍ରଛାତ୍ରୀମାନଙ୍କ ଅନଲାଇନ ପରୀକ୍ଷା ପାଇଁ ଦେଇଥିବା ନିୟମାବଳୀ ତୋଗଲକ ଶାସନର ଫରମାନା ସଦୃଶ ପ୍ରତୀୟମାନ ହେଉଛି । ଦୀର୍ଘ ୨୭ ପୃଷ୍ଠାର ନିୟମାବଳୀ ଏମିତି ହୋଇଛି ଯାହାକି କୌଣସି ବି ବିଦ୍ୟାର୍ଥୀ ଏହାକୁ ପୁରଣ କରିପାରିବ ନାହିଁ । ନିୟମାବଳୀ ଅନୁସାରେ କମ୍ପ୍ୟୁଟର ଆବଶ୍ୟକତା ଗ୍ରାମାଞ୍ଚଳରେ ରହୁଥିବା ଅନେକ ଛାତ୍ରଛାତ୍ରୀମାନଙ୍କ ପାଇଁ ପୂରଣ କରିବା ସମ୍ଭବ ନୁହେଁ । ଯେଉଁ ବିଶ୍ୱବିଦ୍ୟାଳୟ ନିଜ ଅଫିସରେ ଇଣ୍ଟରନେଟ ନାହିଁ ବୋଲି କହି ଛାତ୍ର ଛାତ୍ରୀଙ୍କ ରେଜଲ୍ଟ ଠାରୁ ଆରମ୍ଭ କରି ପ୍ରମାଣପତ୍ର ପର୍ଯ୍ୟନ୍ତ ବିଳମ୍ବ କରିବାର ନଜିର ରହିଛି ସେହି ବିଶ୍ୱବିଦ୍ୟାଳୟରୁ ଏଭଳି ନିୟମାବଳୀ ହାସ୍ୟାସ୍ପଦ ବୋଲି କହିବା ସହ ବିପିୟୁନି ନିଜ ନିଷ୍ପତ୍ତିର ପୁନଃ ବିଚାର ପାଇଁ ଦାବି କରିଛି ଏବିଭିପି ।

ରାଜ୍ୟର ଅଧିକତର ସ୍ଥାନରେ ବିଜୁଳି କାଟ ଏକ ପ୍ରମୁଖ ସମସ୍ୟା ସେହି ସମୟରେ ୩ ଘଣ୍ଟା ଅବିରତ ବିଜୁଳି ରହିବା ପାଇଁ ନିୟମ କରିବା ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଶକ୍ତି ବିଭାଗ ସହ କଥା ହୋଇ ସେଇ ସମୟରେ କେଉଁ ଜାଗାରେ ବି ବିଜୁଳି କଟାଯିବନି ବୋଲି ଲିଖିତ ପ୍ରତିଶୃତି ଦେବା ଉଚିତ ବୋଲି ଏବିଭିପି ଦାବି କରୁଛି ।

ଏହି ଭଳି ନିୟମ କରିବାଦ୍ୱାରା କେହିବି ଛାତ୍ରଛାତ୍ରୀ ଅନଲାଇନ ପରୀକ୍ଷା ନ ଦିଅନ୍ତୁ ସେଥିପାଇଁ ଏକ ପ୍ରୟାସ ଚାଲିଛି ବୋଲି ଜଣାପଡୁଛି । ପରୀକ୍ଷା ପରିଚାଳନା କରୁଥିବା କମ୍ପାନୀର ଚୟନ କେଉଁ ଆଧାରରେ ହୋଇଛି ତାହା ମଧ୍ୟ ଏକ ପ୍ରଶ୍ନବାଚୀ  । ରାଜ୍ୟ ସରକାର ଓ ବିପିୟୁଟି କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ନରଖି କେମିତି ଭଲରେ ନିଜର ଫଳାଫଳ ପାଇ ନିଜର ଭବିଷ୍ୟତ ଗଢିବେ ସେ ବିଷୟରେ ଚିନ୍ତା କରନ୍ତୁ ବୋଲି ଏବିଭିପିର ଟେକନିକାଲ ଷ୍ଟୁଡେଣ୍ଟ ସେଲର ରାଜ୍ୟ ସଂଯୋଜକ ପ୍ରୀତମ ଦାସ କହିଛନ୍ତି ।  ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଉ ବିପିୟୁଟି ନହେଲେ ଆଗାମୀ ଦିନରେ ଯେଉଁ ଛାତ୍ର ଅସନ୍ତୋଷ ଦେଖାଦେବ ସେଥିପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲିପ୍ରୀତମ ଦାସ ଚେତାବନୀ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top