ନ୍ୟୁଜ୍

ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ରୋଗୀଙ୍କୁ ମିଳିବ ହୋମ୍ ଆଇସୋଲେସନ ଅନୁମତି: ଅସିତ ତ୍ରିପାଠୀ

ଭୁବନେଶ୍ୱର: କୋଭିଡ ବିରୋଧରେ ୪ମାସ ହେଲା ସଂଗ୍ରାମ ଜାରି ରହିଛି । ସମୟ ଆସିଛି କୋଭିଡ ପରିଚାଳନାରେ ରଣକୌଶଳରେ ପରିବର୍ତ୍ତନ ଆଣିବା । ଭାରତରେ ଆଜି ଗୋଟିଏ ଦିନରେ ପ୍ରାୟ ୨୮ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ପ୍ରାୟ ୨୩ହଜାର ବ୍ୟକ୍ତିଙ୍କ କରୋନରେ ମୃତ୍ୟୁ ହୋଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୩, ୭୩୭ ରହିଛି । ୮,୭୫୦ ଜଣ ସୁସ୍ଥ ହୋଇଛନ୍ତି । ଅର୍ଥାତ୍ ରାଜ୍ୟରେ ୬୪ ପ୍ରତିଶତ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୃତ୍ୟୁ ହାର୍ ଦେଶରେ ସବୁଠୁ କମ୍ । ଓଡ଼ିଶାରେ ମୃତ୍ୟୁହାର ୦.୪୮ ପ୍ରତିଶତ ରହିଛି ବୋଲି ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଭଲ ଭିତ୍ତିଭୂମି ରହିଛି ଓ ବିଭିନ୍ନ ସ୍ତରରେ ମଧ୍ୟ ଭିତ୍ତିଭୂମି ରହିଛି । କୋଭିଡ୍ କେୟାର ସେଣ୍ଟରରେ ବେସିକ୍ ହେଲଥ ଫ୍ୟାସିଲିଟି ରହିଛି । ସେକ୍ଟର ମେଡିକାଲ ଅଫିସର, ସୁପର ଭାଇଜର ସହ ୫ ଜଣ ଏନଏମ ଅଛନ୍ତି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏଭଳି ୨୦ ହଜାର ୨୩ଟି ବେଡ୍ ରହିଛି । କୋଭିଡ୍ ହସ୍ପିଟାଲ ଓ କୋଭିଡ୍ ହେଲଥ ସେଣ୍ଟର ହେଉଛି ହସ୍ପିଟାଲ । ଏଥିରେ ୫ ହଜାର ୪୩୨ଟି ବେଡ୍ ରହିଛି । ସେଥିରୁ ୨ ହଜାର ୫୪ ବେଡରେ ଆକ୍ରାନ୍ତ ଅଛନ୍ତି ।

ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ଅନୁମତି ମିଳିବ । ଏଥି ପାଇଁ କିଛି ସର୍ତ୍ତ ସହ ସେମାନେ ଘରେ ସଙ୍ଗରୋଧରେ ରହିବେ । ପ୍ରଥମ ପର୍ଯ୍ୟାୟରେ ସହରାଞ୍ଚଳରେ ହୋମ୍ ଆଇସୋଲେସନ ଅନୁମତି ମିଳିବ । ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସଦର ମହକୁମାରେ ପୃଥକବାସ ଅନୁମତି ମିଳିବ । ଉପଯୁକ୍ତ ନିଜସ୍ୱ ବ୍ୟବସ୍ଥା ଥିଲେ ଘରୋଇ କମ୍ପାନିକୁ ବି ଅନୁମତି ମିଳିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top