ମନୋରଞ୍ଜନ

ସିଙ୍ଗଲଥିବା ଯୁବକଙ୍କୁ ‘ସ୍ୱାଗ୍ ସେ ସୋଲୋ’ ମାଧ୍ୟମରେ ମନୋବଳ ବଢ଼ାଇଲେ ସଲମାନ୍‌, ଦେଖନ୍ତୁ ଭିଡିଓ..

Salman Khan

ମୁମ୍ବାଇ:  ବଲିଉଡ ସୁପରଷ୍ଟାର ସଲମାନଙ୍କ ସ୍ୱାଗ୍‌ କିଏ ବା ନଜାଣେ । ସଲମାନଙ୍କର ଏକ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଛି । ଯାହାର ନାଁ ହେଉଛି ‘ସ୍ୱାଗ୍ ସେ ସୋଲୋ’। ଗୀତଟିକୁ ରେମୋ ଡିସୌଜା କୋରିଓଗ୍ରାଫି କରିଥିବାବେଳେ ଏହାର ମ୍ୟୁଜିକ୍ ତନିସ୍କ ବାଗଚୀ ଦେଇଛନ୍ତି। ଗୀତଟି ଏକ ପ୍ରକାରର ବିଜ୍ଞାପନ ଯାହାକି ଏକ ଥଣ୍ଡା ପେୟ କମ୍ପାନୀ ପାଇଁ ତିଆରି ହୋଇଛି ।

ଗୀତଟିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଏଥିରେ ସଲ୍‌ମାନ୍‌ଙ୍କୁ ଆଗଭଳି କୁଲ୍ ଓ ଫଙ୍କି ଅନ୍ଦାଜରେ ଦେଖିବାକୁ ମିଳିଛି। ଗୀତରେ ସେ ଏହା ଦେଖାଇଛନ୍ତି ଯେ ତାଙ୍କ ଆଗ ପଛରେ ହଜାରେ ଝିଅ ବୁଲୁଛନ୍ତି ହେଲେ ତଥାପି ସେ ସିଙ୍ଗଲ୍ ରହିବାକୁ ପସନ୍ଦ କରୁଛନ୍ତି।

ବଲିଉଡ୍ ସୁପରଷ୍ଟାର୍ ସଲ୍‌ମାନ୍ ଖାନ୍‌ଙ୍କୁ କୁହାଯାଏ ମୋଷ୍ଟ ଏଲିଜିବଲ୍ ବ୍ୟାଚ୍‌ଲର୍‌ । ସଲ୍‌ମାନ ଖାନ୍‌ କେବେ ବାହା ହେବେ । ଏନେଇ ସବୁବେଳେ ତାଙ୍କୁ ପ୍ରଶ୍ନ କରାଯାଏ । ସବୁ ଝିଅଙ୍କ ହୃଦୟରେ ରାଜ କରୁଥିବା ସଲମାନ ସବୁବେଳେ ମୁଁ ସିଙ୍ଗଲ୍‌ ଭାବେ ଖୁସି ଅଛି ବୋଲି କୁହନ୍ତି । ତେବେ ଆଉ ଦୁଇ ଦିନ ପରେ ଭ୍ୟାଲେନ୍‌ଣ୍ଟାଇନ୍‌ ଡେ । ଏହି ଅବସରରେ ସଲମାନ ତାଙ୍କ ଫ୍ୟାନ ହୁଅନ୍ତୁ କି ଯେଉଁ ଯୁବକମାନେ ସିଙ୍ଗଲ୍‌ ଅଛନ୍ତି ତାଙ୍କର ମନୋବଳ ବଢ଼ାଇବା ପାଇଁ ଏକ ମ୍ୟୁଜିକ୍‌ ଭିଡିଓ ନେଇ ଆସିଛନ୍ତି । ଯାହାର ନାଁ ହେଉଛି ‘ସ୍ୱାଗ୍ ସେ ସୋଲୋ’।

ଏହି ଗୀତ ଜରିଆରେ ସେ ଭାଲେଣ୍ଟାଇନ୍ ୱିକ୍‌ରେ ସିଙ୍ଗଲ୍ ଥିବା ଯୁବକମାନଙ୍କର ମନୋବଳ ବଢ଼ାଇଛନ୍ତି। ଏଥିରେ ସେ ସିଙ୍ଗଲ୍ ରହିଲେ କ’ଣ କ’ଣ ଫାଇଦା ମିଳେ ସେ ବିଷୟରେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top