ଦେଶ

ଭୁଶୁଡ଼ି ପଡ଼ିଲା ଚୀନ ସୀମାକୁ ସଂଯୋଗ କରୁଥିବା ବ୍ରିଜ୍‌, କେବଳ ୬ ଦିନରେ ନିର୍ମାଣ କଲା ସେନା

ନୂଆଦିଲ୍ଲୀ: ଚୀନ ବର୍ଡରକୁ ସଂଯୋଗ କରୁଥିବା ବେଲି ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିଲା । କେବଳ 6 ଦିନରେ ପୁନଃ ପ୍ରସ୍ତୁତ କରିଦେଲେ ଭାରତୀୟ ସେନା । ମୁନସ୍ୟାରୀରୁ ମିଲମ ଯିବା ରାସ୍ତାରେ ଧାପା ନିକଟରେ ମେନର ନାଳ ଉପରେ ତିଆରି ହୋଇଛି ବେଲି ବ୍ରିଜ୍‌  ।

ରାସ୍ତା ନିର୍ମାଣ ପାଇଁ ବଡ଼ ବଡ଼ ଟ୍ରକ୍‌ ସେହି ବ୍ରିଜ ଉପର ଦେଇ ଯିବା ଫଳରେ ବ୍ରିଜ୍‌ଟି ଭାଙ୍ଗି ପଡ଼ିଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତି ମଧ୍ୟ ଗୁରୁତର ହୋଇଥିଲେ । ସେମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା ।

ତେବେ ସୀମା ସଡ଼କ ସଂଗଠନ (ବିଆରଓ) କଠିନ ପରିଶ୍ରମ କରି କେବଳ 6 ଦିନରେ ବ୍ରିଜ୍‌ର ପୁନଃ ନିର୍ମାଣ କରିଛି । ଏହି ବ୍ରିଜ୍‌ର ପୁନଃ ନିର୍ମାଣ କରିବାରେ ବିଆରଓକୁ ବହୁ କଠିନ ଭୌଗୋଳିକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା । କିନ୍ତୁ ଦିନ ରାତି ପରିଶ୍ରମ କରି ବିଆରଓ ରେକର୍ଡ ସମୟ ମଧ୍ୟରେ ବ୍ରିଜ୍‌ର ପୁନଃ ନିର୍ମାଣ କରିଛି ।

ଏହି ବ୍ରିଜ୍‌ ନିର୍ମାଣ ହେବା ଫଳରେ ସେନା ଓ ଆଇଟିବିପି ଯବାନମାନଙ୍କୁ ଚୀନ ସୀମାରେ ପହଞ୍ଚିବା ପାଇଁ ସହଜ ହେବ । ଯବାନମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଅତି ସହଜରେ ପହଞ୍ଚାଯାଇ ପାରିବ । ବିଆରଓ ଏହି 120 ଫୁଟ୍‌ ବ୍ରିଜ୍‌କୁ ପୁନଃ ନିର୍ମାଣ କରିବାକୁ କେବଳ 70 ଜଣ ଶ୍ରମିକ ଓ ଗୋଟିଏ ପୋକଲ୍ୟାଣ୍ଡ ମେସିନର ବ୍ୟବହାର କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top