ନ୍ୟୁଜ୍

ମିଳିଲାନି କାନ୍ଧ, ସାଇକେଲରେ ଭଉଣୀର ଶବ ବୋହିଲେ ଦୁଇ ଭାଇ

gggs

ନବରଙ୍ଗପୁର: ସାମାଜିକ ବ୍ୟବସ୍ଥାରେ ହଜିଯାଇଛି ମାନବିକତା । ଶବ ବୋହିବାକୁ ମିଳିଲାନି କାନ୍ଧ । ସାଇକେଲରେ ବୁହାହେଲା ଶବ । ଏଭଳି ଏକ ଅଭାବନୀୟ ଓ ଅମାନବିକ  ଘଟଣା ଘଟିଯାଇଛି ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଗମ୍ବାରି ଗୁଡା ପଞ୍ଚାୟତର ମତିଗାଁ ଗ୍ରାମରେ ।

ନୂଆଁଖାଇ ପାଣ୍ଡେ ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ମୃତ ମହିଳାଙ୍କ ଶବକୁ ଶ୍ମଶାନକୁ ନେବା ପାଇଁ କେହି ଗ୍ରାମବାସୀ କିମ୍ବା ସମ୍ପର୍କୀୟ ସହଯୋଗ କରି ନଥିବା ଦେଖାଦେଇଛି । ଶେଷରେ ନିରୁପାୟ ହୋଇ ଦୁଇଭାଇ ଟେକାରାମ ପାଣ୍ଡେ ଓ ପୁରୁତ୍ତମ ପାଣ୍ଡେ ଭଉଣୀର ମୃତ ଶବକୁ ସାଇକେଲ ଯୋଗେ ଶ୍ମଶାନକୁ ଶବ ନେଇ ସତ୍କାର କରିଥିଲେ । ଏହି ଘଟଣାକୁ ନେଇ ସାଧାରଣ ଭାବେ କେଉଁଠି ନା କେଉଁଠି ସାମାଜିକ ବ୍ୟବସ୍ଥାରେ ମାନବିକତା ହଜିଯାଇଥିବା ସ୍ଵଷ୍ଟ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top