ଅପରାଧ

ଅଢ଼େଇ କୋଟି ଟଙ୍କାର ଡ୍ରଗ୍ସ ଜବତ, ୨ ଗିରଫ

ବାଲେଶ୍ୱର: ଏସଟିଏଫ୍‌ ପଞ୍ଝାରେ ଦୁଇ ଡ୍ରଗ୍ସ ମାଫିଆ । ବାଲେଶ୍ୱର ଜିଲ୍ଲା ନିଳଗିରି ମିତ୍ରପୁର ଅଞ୍ଚଳରୁ ଦୁଇ ଡ୍ରଗ୍ସ ମାଫିଆଙ୍କୁ କାବୁ କରିଛି ଏସଟିଏଫ କ୍ରାଇମବ୍ରାଞ୍ଚ ।

ଅଢେଇ କୋଟି ଟଙ୍କାର ଧଳା ଜହର ଜବତ କରିବା ସହ ଅଭିଯୁକ୍ତ ପ୍ରଦୀପ ଦାସ ଓ କଲ୍ୟାଣି ଗ୍ରାମର ଲକି ବେହେରାକୁ ଗିରଫ କରିଛି ଏସଟିଏଫ୍‌ । ଅଭିଯୁକ୍ତଙ୍କୁ ଗିରଫ କରି ଭୁବନେଶ୍ୱର ଅଣାଯାଇଥିବା ସୂଚନା ମିଳିଛି ।

ଡ୍ରଗ୍ସ ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି ବାଲେଶ୍ୱର । ବାଂଲାଦେଶରୁ ଆସୁଥିବା ଡ୍ରଗ୍ସ ଭାୟା ବାଲେଶ୍ୱର ହୋଇ ରାଜଧାନୀରେ ପହଞ୍ଚୁଛି । ନିକଟରେ ଜଳେଶ୍ୱରରୁ ବିପୁଳ ପରିମାଣରେ ଡ୍ରଗ୍ସ ଜବତ ହୋଇଥିବା ପୁଣି ଆଜି ନିଳଗିରିରୁ ଅଢ଼େଇ କୋଟି ଟଙ୍କାର ଡ୍ରଗ୍ସ ଜବତ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top