ଟେକ୍ନୋଲୋଜି

ବିଏସ୍‌ଏନ୍‌ଏଲ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର, ଦିନକୁ ପାଞ୍ଚ ଜିବି ଡାଟା !

BSNL

ଅର୍ଗସ ବ୍ୟୁରୋ: ବିଏସ୍‌ଏନ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର । ହୋଲି ଉପଲକ୍ଷେ ଆଣିଲା ବଡ଼ ଉପହାର । ସରକାରୀ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଜାର ନିଗମ ଲିମିଟେଡ୍‌, ଗତ ବର୍ଷ 4.2 ମିଲିୟନ୍‌ ନୂଆ ୟୁଜର୍ସଙ୍କୁ ନିଜ ନେଟ୍‌ଓ୍ୱାର୍କ ସହ ଯୋଡ଼ିଥିଲା । ଚଳିତ ମାସରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ୱାର୍କରେ ଜିଓଠାରୁ ବି ଅଧିକ ୟୁଜର୍ସ ଯୋଡ଼ି ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଭୋଡ଼ାଫୋନ୍‌ ଓ ଏୟାରଟେଲ୍‌ ବହୁତ ପଛରେ ରହିଯାଇଛନ୍ତି ।

ସାରା ଭାରତ ଆସନ୍ତା ମାର୍ଚ୍ଚ 10ରେ ହୋଲି ଉତ୍ସବ ପାଳନ କରିବାକୁ ଯାଉଛି । ଏହି ସମୟରେ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଏକ ନୂଆ ପ୍ଲାନ୍‌ ଲଞ୍ଚ ହେବ । ଯାହା ଗ୍ରାହକଙ୍କୁ ଅଧିକ ଡାଟା ଯୋଗାଇବ । 551 ଟଙ୍କାର ଏକ ନୂଆ ରିଚାର୍ଜ ପ୍ଲାନ୍‌ ଲଞ୍ଚ କରିବ କମ୍ପାନୀ । ଏହା ଦ୍ୱାରା ପ୍ରତ୍ୟେକ ଗ୍ରହାକ 90 ଦିନ ପର୍ଯ୍ୟନ୍ତ ପ୍ରତିଦିନ 5 ଜିବି ଲେଖାଏଁ ଡାଟା ପାଇବ । ଏହାର ଅର୍ଥ ହେଉଛି ଏହାର ଭ୍ୟାଲିଡିଟି ମଧ୍ୟ ମୋଟ୍‌ କମ୍ପାନୀ ପ୍ରତ୍ୟେକ ଗ୍ରାହକଙ୍କୁ 450 ଜିବିର 2ଜି ଓ 3ଜି ଡାଟା ଦେବ । ଏଭଳି ଅଫର ଅନ୍ୟ କୌଣସି ଟେଲିକମ୍ କମ୍ପାନୀ ଦେଇ ନାହିଁ । ଏହି ଅଫର ପାଇବାକୁ ହେଲେ ବିଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କୁ ପ୍ରତି ଜିବି ପିଛା ମାତ୍ର 1.24 ଟଙ୍କା ଦେବାକୁ ପଡ଼ିବ ।

ତେବେ ସବୁଠାରୁ ବଡ଼ କଥା ହେଲା, ଟେଲିକମ୍‌ କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ଭଏସ୍‌ କଲିଂ ଓ ଏସ୍‌ଏମ୍‌ଏସ୍‌ର କୌଣସି ସୁବିଧା ମିଳିବ ନାହିଁ । ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ବିଭିନ୍ନ ସର୍କଲରେ ଏହି ପ୍ଲାନ୍‌ ଲାଗୁ କରାଯାଇଛି । ରାଚାର୍ଜ କରିବା ପୂର୍ବରୁ ଗ୍ରହକମାନେ ଏହି ପ୍ଲାନ୍‌ ବାବଦରେ କଷ୍ଟମର କେୟାର୍‌ ସହ ଯୋଗାଯୋଗ କରିବା ଆବଶ୍ୟକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top