ଦେଶ

ବଜେଟ୍‌ ୨୦୧୯: ମୁଦ୍ରା ଯୋଜନାରେ ପ୍ରତି ଏସଏଚ୍‌ଜି ସଦସ୍ୟାଙ୍କୁ ମିଳିବ ୧ ଲକ୍ଷ ଟଙ୍କା ଋଣ

SHG.GFX_2_00000

ନୂଆଦିଲ୍ଲୀ: ବଜେଟ୍‌ 2019ରେ ବିଶେଷ ଦୃଷ୍ଟି ମହିଳାଙ୍କୁ ଦିଆଯାଇଛି । ଏପରିକି ମହିଳାମାନଙ୍କ ପାଇଁ ‘ନାରୀ ତୁ ନାରାୟଣୀ’ ନାରା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ସ୍ୱାମୀ ବିବେକାନନ୍ଦ ଗୁରୁ ରାମକୃଷ୍ଣ ପରମହଂସକୁ ଲେଖିଥିବା ଏକ ଚିଠିରେ କହିଥିଲେ ଯେ ‘ମହିଳାଙ୍କ ସ୍ଥିତି ସୁଧାର ବିନା ଦୁନିଆର କଲ୍ୟାଣ ହେବାର କୌଣସି ଆଶା ନାହିଁ’ । ଗତ ଦଶକ ମହିଳାଙ୍କର ଆର୍ଥିକ-ସାମାଜିକ ସ୍ଥିତିରେ ବ୍ୟାପକ ସୁଧାର ଆସିଛି । ନିର୍ବାଚନରେ ମଧ୍ୟରେ ମହିଳା ରେକର୍ଡ ଭାଙ୍ଗିଛନ୍ତି ବୋଲି ମଧ୍ୟ କହିଛନ୍ତି ସୀତାରମଣ ।

ଏସ୍‌ଏଚଜି ମହିଳାମାନଙ୍କ ପାଇଁ ଉପହାର ଆଣିଛନ୍ତି କେନ୍ଦ୍ର ସରକାର । ଏସ୍‌ଏଚ୍‌ଜିର ପ୍ରତ୍ୟେକ ମହିଳାଙ୍କୁ ମୁଦ୍ରା ଯୋଜନା ଜରିଆରେ 1 ଲକ୍ଷ ଟଙ୍କା ଋଣ ମିଳିବ । ଏହା ସହିତ ଯେଉଁ ଏସ୍‌ଏଚ୍‌ଜି ମହିଳାଙ୍କ ପାଖରେ ଜନଧନ ଆକାଉଣ୍ଟ ରହିଛି ସେମାନଙ୍କୁ 5000 ଓଭର୍‌ ଡ୍ରାପ୍ଟ ପ୍ରଦାନ କରାଯିବ ।

ଏହି ସରକାର ମୁଦ୍ରା, ଷ୍ଟାର୍ଟଅପ୍ ଇଣ୍ଡିଆ, ସ୍ୱୟଂ ସହାୟକ ଗୋଷ୍ଠ ଜରିଆରେ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିଛି । ଏହାକୁ ଆହୁରି ଆଗକୁ ବଢ଼ାଇବାକୁ ଏସ୍‌ଏଚ୍‌ଜିରେ ପ୍ରତ୍ୟେକ ଜିଲ୍ଲାରେ ଇନ୍‌ଟ୍ରେଷ୍ଟ ସବବେଂଶନ ପ୍ରୋଗ୍ରାମ ଲାଗୁ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top