X
Breaking News
ଦେଶ

ଭୁଶୁଡିଲା ଗେଷ୍ଟହାଉସ୍‌: ୩୫ ଯବାନ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁଁ ହିମାଚଳପ୍ରଦେଶର ସେହଜ ଢାବା ଏବଂ ଗେଷ୍ଟହାଉସ୍‌ର ବିଲ୍ଡିଂ ଭୁଶୁଡି ପଡିଛି । ଫଳରେ ଭାରତୀୟ ସେନାର 30 ରୁ 35 ଯବାନ ଏହି ବିଲ୍ଡିଂ ତଳେ ଚାପି ହୋଇ ରହିଥିବା ସୁଚନା ମିଳିଛି । ସେମାନଙ୍କ ମଧ୍ୟରୁ 15 ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଆଶଙ୍କା କରାଯାଉଛି ।

ଯବାନମାନେ  ବସ୍‌ରେ କେଉଁଆଡେ ଯିବା ସମୟରେ ଢାବା ଦେଖି ଖାଇବା ପାଇଁ ଢାବାକୁ ଯାଇ୍‌ଥିଲେ  । ପରେ ଘଟିଥିଲା ଏହି ଅଘଟଣ ।  ହିମାଚଳପ୍ରଦେଶର କୁମାରହଟ୍ଟି-ନାହନ ହାଇୱେରେ ଏହି ଅଘଟଣ ଘଟିଛି  ।

ଘଟଣାସ୍ଥଳରେ ପ୍ରଶାସନ ଓ ସାଧାରଣ ଲୋକଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିଛି ଦିନ ହେବ ହିମାଚଳ ପ୍ରଦେଶରେ ଲଗାଣ ବର୍ଷା  ଜାରି ରହିଛି । ଗତ ଶନିବାରକୁ ମଧ୍ୟ ଏହି ଭଳି ଅଘଟଣ ଘଟିଥିବାର ଦେଖିବାକୁ ମିଳିଥିଲା । ଏହି ଲଗାଣ ବର୍ଷା ହିମାଚଳପ୍ରେଦଶର ପୂର୍ବ ସବୁ ରେକର୍ଡ ଭାଙ୍ଗିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top