ନ୍ୟୁଜ୍

ବେଆଇନ୍ ଷଣ୍ଢ ଚାଲାଣ, ଜଣେ ଗିରଫ

ମୟୂରଭଞ୍ଜ: ମୟୂରଭଞ୍ଜ ବୈଶିଙ୍ଗା ଥାନାରେ ଷଣ୍ଢ ଚାଲଣ ଅଭିଯୋଗରେ ଜଣେ ଗିରଫ । ବୈଶିଙ୍ଗା ପଞ୍ଚାୟତର କଦଳିଆ ଗାଁରର ଜଣେ ଯୁବକ ବୁଲା ଷଣ୍ଢକୁ ଧରି ବାହାର ଦେଶକୁ ଚାଲାଣ କରୁଥିବା ସମୟରେ ପୋଲିସ କାବୁ କରିଛି । ଘଟଣାସ୍ଥଳରୁ ପୋଲିସ ପିକଅପ ସହିତ ପାଞ୍ଚୋଟି ଷଣ୍ଢକୁ ଜବତ କରିଛି । ଗାଡ଼ିରେ ଚାରୋଟି ଗାଈ ,ଚାରୋଟି ବଳଦ ଓ ଦୁଇଟି ଷଣ୍ଢକୁ ରହିଥିଲେ ।

ସେହିପରି ଅନ୍ୟ ଏକ ଗାଡ଼ିରେ ଚାରୋଟି ଗାଈ ,ଚାରୋଟି ବଳଦ ଓ ଦୁଇଟି ଷଣ୍ଢକୁ କେଶିପୁର ଫାଣ୍ଡି ଅଧିନରେ ଧରାପଡିଥିବା ଜଣାପଡିଛି । ତେବେ ଏବିଷୟରେ ବୈଶିଙ୍ଗା ଥାନା ଅଧିକାରୀଙ୍କ ସହିତ ଫୋନ୍ ଯୋଗେ ଯୋଗାଯୋଗ କରିବା ପରେ ସେ ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top