ନ୍ୟୁଜ୍

ସିଲ ହେଲା ସମ୍ବଲପୁର ସହରର ବୁର୍ଲା ଥାନା

seal

ସମ୍ୱଲପୁର:  ସିଲ ହେଲା ସମ୍ବଲପୁର ସହରର ବୁର୍ଲା ଥାନା । ଦୁଇ ଜଣ ପୋଲିସ କର୍ମଚାରୀ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନେଇଛି ପୋଲିସ ପ୍ରଶାସନ । ତେବେ ୫ ଦିନ ପାଇଁ ଥାନାକୁ ସିଲ କରାଯିବା ସହ ସାନିଟାଇଜ କରାଯାଇଛି । ଏହା ସହ ଥାନାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନକୁ ପଠାଇଦିଆଯାଇଛି । ତେବେ ପୂର୍ବରୁ ବୁର୍ଲା ମେଡିକାଲ ଫାଣ୍ଡି ମଧ୍ୟ ସିଲ ରହିଛି ।

ଏହାସହ ସଂକ୍ରମିତଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସମ୍ପୃକ୍ତ କର୍ମଚାରୀଙ୍କ ଗତକାଲି ରିପୋର୍ଟ ପଜିଟିଭ ଆସିଛି । ଥାନା ସିଲ ଥିବାରୁ ବାହାରେ କାମ ଚାଲିଛି । ସଂକ୍ରମିତ ଦୁଇ ଜଣ ପୋଲିସ କନେଷ୍ଟେବଳ ବୋଲି ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top