ଟେକ୍ନୋଲୋଜି

ଭାରତରେ ଏକ ଆରବ ଡଲାର ନିବେଶ କରିବ ଆମାଜନ୍‌..!

AMAZON

ନୂଆ ଦିଲ୍ଲୀ: ଛୋଟ ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କ ପାଇଁ ଆମାଜନ୍‌ର ବଡ଼ ଘୋଷଣା । ଭାରତୀୟ ବଜାରରେ କରିବ ବଡ଼ ପୁଞ୍ଜି ନିବେଶ । ଭାରତୀୟଙ୍କ ପାଇଁ ଏହା ଏକ ଉପହାର ବୋଲି କହିଛନ୍ତି ଆମାଜନ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା ସିଇଓ ଜେଫ୍‌ ବେଜୋସ୍‌ । ବୁଧବାର ସେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ସେ କହିଛନ୍ତି ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ ହେବ । ଆମାଜନ୍‌ ଏକ ଆରବ ଡଲାର ଭାରତରେ ନିବେଶ କରିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇ-କମର୍ସ କମ୍ପାନୀ ନିଜର ପରିଚୟ ପାଇଁ ଭାରତରେ ତିଆରି ହେଉଥିବା ଜିନିଷ ହିଁ ବ୍ୟବହାର କରିବ । କମ୍ପାନୀ 2025 ପର୍ଯ୍ୟନ୍ତ 10 ଅରବ ଡଲାର ଭାରତୀୟ ଜିନିଷ ଉପରେ ନିବେଶ କରିବ । ବେଜୋସ୍‌ଙ୍କ କହିବାନୁଯାୟୀ, ଗତିଶୀଳତା ବ୍ୟତୀତ ଭାରତୀୟ ଲୋକତନ୍ତ୍ର ଏହାର ଏକ ପ୍ରମୁଖ କାରଣ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀରେ ଭାରତ ଓ ଆମେରିକା ମଧ୍ୟରେ ଦ୍ୱୀପାକ୍ଷିକ ସମ୍ପର୍କ ଆହୁରି ମଜ୍‌ଭୂତ୍‌ ହେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top