ଦେଶ

କୋରୋନା ପ୍ରଭାବ, ସେୟାର ବଜାରରେ ନିବେଶକଙ୍କ ପାଞ୍ଚ ଲକ୍ଷ କୋଟି କ୍ଷତି

Sensex

ଅର୍ଗସ ବ୍ୟୁରୋ: ଚୀନ୍‌ରୁ ଆରମ୍ଭ ହୋଇଥିବା କୋରୋନା ଭାଇରାସ୍‌ର ଆତଙ୍କ ଓ ଏହାକୁ ନେଇ ବିଭିନ୍ନ ଏଜେନ୍ସି ଦ୍ୱାରା ମାନ୍ଦାବସ୍ଥା ଆଶଙ୍କା ଥିବାରୁ ସେୟାର ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଶୁକ୍ରବାର ସେୟାର ବଜାର ଆରମ୍ଭରୁ ହିଁ ମାତ୍ର କିଛି ମିନିଟ୍‌ ମଧ୍ୟରେ ନିବେଶକ୍ ମାନଙ୍କର ପ୍ରାୟ ପାଞ୍ଚ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି । ଓପନିଂ ସମୟରେ ସେନ୍‌ସେକ୍ସ 1100 ଅଙ୍କ ତଳକୁ ଖସି 38,601ରେ ପହଞ୍ଚିଥିଲା । ସେହିଭଳି ନିଫ୍ଟି 50 ଇଣ୍ଡେକ୍ସର 294 ଅଙ୍କ ଖସି 11,338 ଅଙ୍କରେ ପହଞ୍ଚି ଅତ୍ୟନ୍ତ ସସ୍ତା ହୋଇଯାଇଛି । ନିଫ୍ଟିର 50 ଇନ୍‌ଡେକ୍ସ ଲାଲ୍‌ ଚିହ୍ନ ଉପରେ ରହିଛି । ଏହାର କୌଣସି ଗୋଟିଏ ବି ସେୟାର ଗ୍ରୀନ୍‌ ଚିହ୍ନକୁ ଛୁଇଁପାରି ନାହିଁ ।

ତେବେ କେବଳ ସେନ୍‌ସେକ୍ସ ଓ ନିଫ୍ଟି ନୁହଁନ୍ତି ଅନେକ ବଡ଼ ବଡ଼ କମ୍ପାନୀର ସେୟାରର ଦାମ୍‌ କମିଯାଇଛି । ଯାହାଫଳରେ କମ୍ପାନୀଗୁଡ଼ିକର ବଡ଼ କ୍ଷତି ଘଟିଛି ।

କୋରୋନା ଭାଇରସ୍‌ ଚାଇନାର ହୁବେଇରୁ ଆରମ୍ଭ ହୋଇଥିବା ବେଳେ ଏବେ ବିା୍ୱର ପ୍ରାୟ 47 ଟି ଦେଶକୁ ବ୍ୟାପିଛି । ଚୀନ୍‌ର ହୁବେଇ ଓ ଏହାର ଆଖପାଖ ଅଞ୍ଚଳରେ କୋରୋନାର ପ୍ରଭାବରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଏବେ ବି କରୋନା କବ୍‌ଜାରୁ ଚୀନ୍‌ ବାହାରି ପାରି ନାହିଁ । କୋରୋନା ଭୟରେ ଚୀନ୍‌କୁ ଅନ୍ୟ ଦେଶମାନେ ଯୋଗାଯୋଗ ମଧ୍ୟ ବନ୍ଦ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top