ଅପରାଧ

ମଝି ରାସ୍ତାରୁ ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

ସମ୍ବଲପୁର: ମଝି ରାସ୍ତାରୁ ବ୍ୟବସାୟୀଙ୍କୁ ଅପହରଣ ।  ସହରର ଜଣେ ବିଶିଷ୍ଟ ବ୍ୟବସାୟୀଙ୍କୁ ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ଆଜି କ୍ଷେତରାଜପୁର ଅଞ୍ଚଳର ବ୍ୟବସାୟୀ ନରେଶ ଅଗ୍ରଓ୍ଵାଲ (63) କୌଣସି କାମରେ ଶାସନ ଥାନା ଅଞ୍ଚଳକୁ ଯାଇଥିଲେ । ତେଵେ ମାଝିପାଲି ନିକଟରେ ତାଙ୍କ ଗାଡି ଖରାପ ହୋଇଯାଇଥିଲା ।

ଏହି ସମୟର ସୁଯୋଗ ନେଇ କିଛି ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ତେଵେ ବ୍ୟବସାୟୀଙ୍କ  ଓଡି ୧୫ କେ ୬୭୮୯ ନମ୍ବର ଗାଡି ଘଟଣାସ୍ଥଳରେ ରହିଛି । ଏନେଇ ବ୍ୟବସାୟୀଙ୍କ ପୁଅ ଶାସନ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

ସେପଟେ ଶାସନ ଥାନା ଅଧିକାରୀ ଅପହରଣ ହୋଇଥିବା ସ୍ଥାନକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ୫ ଟିମ ଗଠନ କରାଯାଇଥିବା ସୂଚନା ମିଲିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top