ଦେଶ

 ଇ-ସିଗାରେଟ୍ ବ୍ୟାନ୍‌ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଇ-ସିଗାରେଟ ନିଷେଧ କରିବା ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । ଏବେ ଇ-ସିଗାରେଟ ତିଆରି, ଆମଦାନୀ, ରପ୍ତାନୀ, ପରିବହନ ଏବଂ  ବିକ୍ରି ଉପରେ କଟକଣା ଲାଗିବ । ବଣ୍ଟନ, ମହଜୁଦ କରିବା କିମ୍ବା ବିଜ୍ଞାପନ ପ୍ରସାର କରିବା ମଧ୍ୟ ନିଷିଦ୍ଧ କରାଯାଇଛି । ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ବର୍ଷେ ଜେଲ୍‌ ଓ ଲକ୍ଷେ ଟଙ୍କା ଜରିମାନା ଥିବା ବେଳେ ଅଧିକ ଉଲ୍ଲଂଘନ ପାଇଁ ୩ ବର୍ଷ ଜେଲ୍‌ ଓ ୫ ଲକ୍ଷ ଟଙ୍କା ଜରିମାନା ବ୍ୟବସ୍ଥା କରିଛନ୍ତି ସରକାର ।

ଏହି ନିଷ୍ପତ୍ତି ଘୋଷଣା କରି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଇ-ସିଗାରେଟ୍‌ ଏବଂ ସେଭଳି ସବୁ ଉତ୍ପାଦ ଲୋକଙ୍କର ବିଶେଷ କରି ଯୁବକମାନଙ୍କର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଥିବାରୁ କ୍ୟାବିନେଟ୍‌ ଏସୁବୁ ଉପରେ ବ୍ୟାନ୍‌ ଲଗାଇବାକୁ ନିଷ୍ପତ୍ତି ନେଇଛି ।

ଏହାସହ ସୀତାରମଣ ଆହୁରି ମଧ୍ୟ କହିଛନ୍ତି, ମୋଟ ୪୦୦ ବ୍ରାଣ୍ଡର ଇ-ସିଗାରେଟ୍‌ ରହିଥିବାବେଳେ ଏସବୁ ୧୫୦ ପ୍ରକାରର ଫ୍ଲେଭରରେ ମିଳୁଛି। କିନ୍ତୁ ଏଥିରୁ ଗୋଟିଏ ବି ଭାରତରେ ଉତ୍ପାଦନ ହେଉନାହିଁ। ଏହା ତମାଖୁ ବ୍ୟବହାର କମାଇବା ପରିବର୍ତ୍ତେ ଏକ ‘ଷ୍ଟାଇଲ ଷ୍ଟେଟ୍‌ମେଣ୍ଟ’ ଭାବେ ବ୍ୟବହୃତ ହେଉଥିଲା ।

ତମାଖୁ ସେବନ ଦ୍ୱାରା ପ୍ରତିବର୍ଷ ୯ ଲକ୍ଷ୍ୟରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି । ଅନ୍ୟପଟେ ଭାରତ ୧୦ କୋଟି ପ୍ରାପ୍ତ ବୟସ୍କ ସ୍ମୋକର୍‌ ସହ ବିଶ୍ୱରେ ଚାଇନା ପଛକୁ ଦ୍ୱିତୀୟରେ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top