ଦେଶ

ଆଜି ଦିନ 11ଟାରେ ମୋଦିଙ୍କ କ୍ୟାବିନେଟ ବୈଠକ, ଗୁରୁତ୍ଵପୂର୍ଣ୍ଣ ବିଷୟରେ ହେବ ଆଲୋଚନା

narendra modi

ଅର୍ଗସ ବ୍ୟୁରୋ : ଦେଶରେ ତୀବ୍ର ଗତିରେ ମାଡ଼ି ଚାଲିଛି ମହାମାରୀ କରୋନା ଭୂତାଣୁ। ଏହି ମଧ୍ୟରେ ଆଜି ଦିନ 11ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ବୈଠକ କରିବେ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ବର୍ଷରେ ପ୍ରଥମ କ୍ୟାବିନେଟ।  ଆଜି ଦେଶରେ ତାଲାବନ୍ଦ ଖୋଲିବାର ପ୍ରଥମ ପର୍ଯ୍ୟାୟ ମଧ୍ୟ ଆରମ୍ଭ ହେଉଛି । ତେଣୁ ଦେଶର ଅର୍ଥିନୀତିକୁ ପୁଣି ଥରେ ଟ୍ରାକକୁ ଆଣିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଉପରେ ମୋହର ମାରିବେ ସରକାର।

ସୂଚନାନୁସାରେ, ଅନଲକ୍ 1.0, ଲଦାଖରେ ଚୀନ୍ ସାମରିକ ସେନାର ଆକ୍ରୋଶ ଏବଂ ଦେଶର  ଅର୍ଥନୀତି ଉପରେ  ଆଲୋଚନା ହୋଇପାରେ । ଭାରତର କରୋନା ଭାଇରସ୍ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ହେବାରେ ଲାଗିଛି। ଏହି ଦିଗରେ ଆଗକୁ କିପରି ଭାରତ କାର୍ଯ୍ୟ କରିବ ସେ ନେଇ ମଧ୍ୟ ଆଲୋଚନା ହେବା ସହ କିଛି ପଦକ୍ଷେପ ଉପରେ ମୋହର ଲାଗିପାରେ।

ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଚୀନ୍ ପୃଷ୍ଠଭୂମିରେ ସୁରକ୍ଷା କ୍ୟାବିନେଟ୍ କମିଟି (ସିସିଏସ୍) ବୈଠକ କରିପାରେ। ସେହିପରି ଦେଶରେ ମୌସୁମୀ ବାୟୁ ଆରମ୍ଭ ହୋଇଥିବାରୁ ଚାଷ ଏବଂ ଚାଷୀ ପ୍ରସଙ୍ଗରେ ଆଲୋଚନା ହେବ। ବିହନ, ସାର ସଠିକ ଡ଼ଙ୍ଗରେ ପଂହଁଚିବା ସହ ତାଲା ବନ୍ଦ ଯୋଗୁଁ  ଏହା ଉପରେ ରିହାତି ଦେଇ ପାରନ୍ତି ସରକାର।। ଆରବ ସାଗରରେ ସୃଷ୍ଟି ହେଉଥିବା ଝଡ଼ ବାତ୍ୟା ଉପରେ ମଧ୍ୟ ଆଲୋଚନା ହୋଇପାରେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top