ଜୀବନ ମନ୍ତ୍ର

ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ରଥନିର୍ମାଣ କାର୍ଯ୍ୟ, ବଡ଼ଦାଣ୍ଡରେ ପହଞ୍ଚିଲା ରଥକାଠ

ପୁରୀ: ଏପ୍ରିଲ ୨୬ତାରିଖ, ପବିତ୍ର ଅକ୍ଷୟ ତୃତୀୟା । ଆରମ୍ଭ ହେବ ରଥନିର୍ମାଣ କାର୍ଯ୍ୟ । ସେଥିପାଇଁ ଆଜି ବଡଦାଣ୍ଡରେ ପହଂଚିଲା ପଞ୍ଚମ ପର୍ଯ୍ୟାୟର  ରଥକାଠ । କୋରୋନାର ଅନେକ କଟକଣା ଭିତରେ ନୟାଗଡ ବନଖଣ୍ଡରୁ ଆଜି ୪୨ ଖଣ୍ଡ ଅସନ ଓ ଧଉରା କାଠ ପହଂଚିବା ପରେ ରଥ ଖଳାରେ ରଖାଯାଇଛି । ଏପ୍ରିଲ 26ରେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ତେଣୁ କୋରୋନାକୁ ନେଇ ଲକ ଡାଉନ ସ୍ଥିତି ଥିବାରୁ ଏନେଇ ବୈଠକ ପରେ ରଥଯାତ୍ରା କିଭଳି ହେବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ତତ୍ୱବାଧାରକ  ।

ସେପଟେ ରଥନିର୍ମାଣ ପାଇଁ ୮୬୫ଖଣ୍ଡ କାଠ ଆବଶ୍ୟକ। ସେଥିରୁ ଗତବର୍ଷର ୧୯୩ କାଠ ବଳକା ରହିଛି । ମୋଟ ୬୭୨ ଖଣ୍ଡ କାଠରୁ ସମୁଦାୟ ୧୭୫ ଖଣ୍ଡ କାଠ ଆସିଛି । ନୟାଗଡ ବନଖଣ୍ଡରୁ  ୪2 ଖଣ୍ଡ କାଠରୁ  ଧଉରା ୧୨ଫୁଟିଆ ୧୧ଟି, ଅସନ ୨୦ଫୁଟିଆ 5ଟି, ଧଉରା ୨୦ଫୁଟିଆ ୨୬ଟି କାଠ ଆସିଛି । ପଞ୍ଚମ ପର୍ଯ୍ୟାୟ ପର୍ଯ୍ୟନ୍ତ ମୋଟ ଆସିଛି ୧୭୫ ଖଣ୍ଡ କାଠ  । ଏନେଇ ବରିଷ୍ଠ ତତ୍ତ୍ବାବଧାରକ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top