ମନୋରଞ୍ଜନ

ବିଶ୍ୱବ୍ୟାପୀ ତେଜୁଛି ସୁଶାନ୍ତଙ୍କୁ ନ୍ୟାୟ ଦେବା ଦାବି, କାର୍ଲିଫର୍ଣ୍ଣିଆରେ ପ୍ରଦର୍ଶିତ ହେଲା ପୋଷ୍ଟର

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରିବା ପରେ ଖୁବଶୀଘ୍ର ମିଛ ଉପରୁ ପରଦା ଉଠିବ ବୋଲି ଚର୍ଚ୍ଚା ହେଉଛି । ସେପଟେ ସୁଶାନ୍ତଙ୍କୁ ନ୍ୟାୟ ଦାବି ପୁରା ବିଶ୍ୱରେ ଶୁଭିଲାଣି । ଖୁବ କମ୍‌ ବୟସରେ ଲୋକପ୍ରିୟତା ହାସଲ କରିଥିବା ଆକ୍ଟର ଥିଲେ ସୁଶାନ୍ତ । ତାଙ୍କ ବ୍ୟବହାର ଓ ଶାନ୍ତ ସ୍ୱଭାବ ପାଇଁ ଇସ୍ରାଏଲ ବି ତାଙ୍କୁ ମନେ ପକାଇଥିଲା । ଏବେ କାର୍ଲିଫର୍ଣ୍ଣିଆରୁ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରାଯାଇଛି ।

ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି କାର୍ଲିଫର୍ଣ୍ଣିଆରେ ଲାଗିଥିବା ଏକ ବୋର୍ଡର ଫଟୋ ସେୟାର କରିଛନ୍ତି । ରାସ୍ତା ଉପରେ ଲାଗିଥିବା ଡିଜିଟାଲ ବୋର୍ଡରେ ସୁଶାନ୍ତଙ୍କ ଫଟୋ ଲାଗିଛି ଓ ସେଥିରେ ଲେଖାଯାଇଛି ଜଷ୍ଟିସ୍ ଫର ସୁଶାନ୍ତ । ଏହି ଫଟୋ ସହ ଶ୍ୱେତା ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ।

ଭିଡିଓ ଓ ଫଟୋ ସେୟାର କରି ଶ୍ୱେତା କ୍ୟାପସନ୍‌ରେ ଲେଖିଛନ୍ତି କାର୍ଲିଫର୍ଣ୍ଣିଆରେ ଭାଇଙ୍କ ବିଲବୋର୍ଡ ଗ୍ରେଟ୍ ମଲ ପାର୍କେଓ୍ଵରୁ ବାହାରକୁ ବାହାରିବା ପରେ ଏହା ଅଛି । ଏହା ଏକ ବିଶ୍ୱବ୍ୟାପୀ ଆନ୍ଦୋଳନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top