ଜୀବନ ମନ୍ତ୍ର

CBSEର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ଜୁଲାଇରେ ହେବ

ନୂଆଦିଲ୍ଲୀ: ଲକ ଡାଉନ୍ ଯୋଗୁଁ ଅନେକ କାର୍ଯ୍ୟ ପ୍ରଭାବିତ ହୋଇଥିଲା ବେଳେ ଏଥିରୁ ବାଦ ପଡିନି ଶିକ୍ଷାନୁଷ୍ଠାନ । ତେବେ ପିଲାଙ୍କ ପାଠ ପଢ଼ା ଏବଂ ପରୀକ୍ଷା ନେଇ ସରକାର ଅନେକ ବିଚାର ବିମର୍ଶ କରିବା ସହ ଆଲୋଚନା ଜାରି ରଖିଛନ୍ତି ।

ତେବେ ଏ ନେଇ ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଏକ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ସିବିଏସଇ ବୋର୍ଡର ବାକି ଥିବା ଅବଶିଷ୍ଟ ପରୀକ୍ଷା ଜୁଲାଇରେ ଅନୁଷ୍ଠିତ ହେବ ।

CBSEର ଦଶମ ଏବଂ ଦ୍ୱାଦଶର ଅବଶିଷ୍ଟ ପରୀକ୍ଷା କେବେ ହେବ ସେ ନେଇ ଛାତ୍ରଛାତ୍ରୀ ମାନେ ଅପେକ୍ଷା କରିଛନ୍ତି । ତେବେ ଏହି ପରୀକ୍ଷା ତାରିଖ ଆସନ୍ତା 1.07.2020 ରୁ 15.07.2020 ମଧ୍ୟରେ କରାଯିବା ନେଇ ସ୍ଥିର କରାଯାଇଛି ।

ଏହି ତାରିଖ ଘୋଷଣା ହେବା ପରେ, ଅଗଷ୍ଟ ମାସରେ CBSE ମଧ୍ୟ ଫଳାଫଳ ଘୋଷଣା କରିବ ବୋଲି ଆଶା କରାଯାଉଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top