ଜୀବନ ମନ୍ତ୍ର

କରୋନା ସତର୍କତା: ସିବିଏସଇ ଓ ଆଇସିଏସଇ ପରୀକ୍ଷା ବାତିଲ

cbse

ନୂଆଦିଲ୍ଲୀ: ଦେଶରେ କରୋନା କୋପ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ଏହାକୁ ନଜରରେ ରଖି ବିଭିନ୍ନ ପରୀକ୍ଷା ବାତିଲ କରିଦିଆଯାଇଛି । ଆଜି ସିବିଏସଇ ଓ ଆଇସିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ ହୋଇଛି । ସିବିଏସଇର ବାକିଥିବା ପରୀକ୍ଷା ଜୁଲାଇ ୧ରୁ ୧୫ ଯାଏଁ ହେବାକୁ ଥିଲା । ଏହି ପରୀକ୍ଷା ବାତିଲ କରାଯାଇଛି ।

ଦ୍ୱାଦଶ ଶ୍ରେଣୀର ପୂର୍ବ ୩ଟି ପରୀକ୍ଷା ଅନୁସାରେ ମୂଲ୍ୟାଙ୍କନ ହେବ । ପରିସ୍ଥିତି ଅନୁକୂଳ ହେଲେ ପରୀକ୍ଷା ହୋଇପାରେ ବୋଲି ଜଣାପଡ଼ିଛି । ଏହି ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଏସଜି ତୁଷାର ମେହଟା । ଅଗଷ୍ଟ ମାସ ମଝିରେ ସିବିଏସଇ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଶିକ୍ଷାବର୍ଷ ଆରମ୍ଭରୁ ସମସ୍ତ ପ୍ରସଙ୍ଗ ସ୍ପଷ୍ଟ ହେବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଅଗଷ୍ଟରେ ଫଳ ବାହାରିଲେ ସେପ୍ଟେମ୍ବରରେ ଶିକ୍ଷା ବର୍ଷ ଆରମ୍ଭ ହେବ । ସୁପ୍ରିମକୋର୍ଟରେ ଶୁଣାଣି ବେଳେ ପିଟିସନରଙ୍କ ଓକିଲ ଏହି ଯୁକ୍ତି ବାଢ଼ିଛନ୍ତି । ମହାରାଷ୍ଟ୍ର, ଓଡ଼ିଶା ପରୀକ୍ଷା କରିବା ନେଇ ଅନିଚ୍ଛା ପ୍ରକାଶ କରିଥିଲେ । ଜୁଲାଇ ୧ରୁ ୧୫ଯାଏଁ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇଛି । ସ୍ଥିତି ସ୍ୱାଭାବିକ ହେଲେ ସିବିଏସଇ ଓ ଆଇସିଏସଇପରୀକ୍ଷା ହେବ ବୋଲି ଜଣାପଡ଼ିଛି । ସିବିଏସଇ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମାର୍କ ପାଇଁ ଯୋଜନା କରାଯାଇଛି । ଗତ ୩ଟି ପରୀକ୍ଷାର ଫଳାଫଳକୁ ଆଧାର କରି ମାର୍କ ପ୍ରକାଶ ପାଇବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top