ଜୀବନ ମନ୍ତ୍ର

ସିବିଏସ୍ଇ ଦ୍ୱାଦଶ ଫଳାଫଳ ପ୍ରକାଶିତ, ପ୍ରକାଶ ପାଇବନି ମେରିଟ୍‌ ଲିଷ୍ଟ

result

ନୂଆଦିଲ୍ଲୀ: ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାଦଶ ଫଳାଫଳ ।ଏହି ବର୍ଷ 88.78 ପ୍ରତିଶତ ଛାତ୍ରଛାତ୍ରୀ ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି  । ଯେଉଁଥିରେ ଦିଲ୍ଲୀ ଜୋନରେ 94.39 ପ୍ରତିଶତ ରେଜଲ୍ଟ ହୋଇଛି  । ଏହି ପରୀକ୍ଷାରେ ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀମାନେ ଆଗୁଆ ରହିଛନ୍ତି  । ଏଥର ଦ୍ୱାଦଶରେ ଛାତ୍ରଙ୍କ ପାସ୍‌ ହାର 92.15 ପ୍ରତିଶତ ରହିଛି  । ଚଳିତ ବର୍ଷ ସିବିଏସଇ ଦ୍ୱାଦଶରେ ଛାତ୍ରଛାତ୍ରୀଙ୍କ ପାସ୍ ପ୍ରତିଶତ ପୂର୍ବ ବର୍ଷ ତୁଳନାରେ 5.38 ପ୍ରତିଶତ ଅଧିକ ରହିଛି  । ଗତ ବର୍ଷ 83.40 ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲେ ।

ନିମ୍ନ ୱେବସାଇଟ୍ ଗୁଡିକରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ଫଳାଫଳ ଯାଞ୍ଚ କରିପାରିବେ –

cbseresults.nic.in

cbse.nic.in

results.nic.in

ପ୍ରଥମେ ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ  ।

ମୂଳପୃଷ୍ଠାରେ CBSE ବୋର୍ଡ ଫଳାଫଳ 2020 ଲିଙ୍କରେ କ୍ଲିକ୍ କରନ୍ତୁ  ।

ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ସମ୍ପୃକ୍ତ ଲିଙ୍କରେ କ୍ଲିକ୍ କରନ୍ତୁ  ।

ତାପରେ ନିଜର ରୋଲ ନଂ ପ୍ରଦାନ କରନ୍ତୁ  ।

 ରୋଲ ନଂ ଦେବା ପରେ ଫଳାଫଳ ଦେଖିପାରିବେ  ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଚଳିତ ବର୍ଷ ଦ୍ୱାଦଶ ପରୀକ୍ଷା ପାଇଁ ଯୋଗ୍ୟତା ତାଲିକା ପ୍ରକାଶ କରିନାହିଁ । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଏଥର ବୋର୍ଡ ଦ୍ୱାଦଶ ମେରିଟ୍ ତାଲିକା ପ୍ରକାଶ କରିବା ନାହିଁ  । ଡିଜିଲକରରେ ଛାତ୍ରଛାତ୍ରୀ ନିଜର ମାର୍କସିଟ୍‌ ଓ ସର୍ଟିଫିକେଟ୍‌ ପାଇପାରିବେ । ଆଜି ସିବିଏସଇ ରେଜଲ୍ଟ ପ୍ରକାଶ ପାଇଥିବା ନେଇ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top