ନ୍ୟୁଜ୍

ଆଜିଠୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ସକାଳ ୧୦ଟା ୩୦ରୁ ଆରମ୍ଭ ୧ଟା ୩୦ରେ ସରିବ

EXam

ଭୁବନେଶ୍ୱର:  ଆଜିଠୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା । ସିବିଏସଇ ଦଶମ ପରୀକ୍ଷା ୧୫ ଫେବ୍ରୁଆରୀ ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ସରିବ ବୋଲି ସୂଚନା ମିଳିଛି । ତେବେ ପରୀକ୍ଷା କେନ୍ଦ୍ରରେ ସବୁ ଛାତ୍ରଛାତ୍ରୀମାନେ କିଭଳି ଭାବରେ ଭଲରେ ପରୀକ୍ଷା ଦେଇପାରିବେ ସେନେଇ ସତର୍କତା ଅବଲମ୍ୱନ କରାଯାଇଛି ।

ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟା ୩୦ରେ ସରିବ । ଚଳିତ ବର୍ଷ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ବେଳେ ୧୨ ଲକ୍ଷ ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top