ଅପରାଧ

୨୦୦ ଟଙ୍କା ଦିଅ, ଆଧାର କାର୍ଡ ନିଅ !

ଭଦ୍ରକ: ୨୦୦ ଟଙ୍କା ଦିଅ, ଆଧାର କାର୍ଡ ନିଅ । ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନରସିଂହପୁର ଛକରେ ଥିବା  ଆଧାର କାର୍ଡ ସେଣ୍ଟରରୁ । ନୂଆ ଆଧାର କାର୍ଡ ହେଉ ବା ସଂଶୋଧନ ସେଥିପାଇଁ ୨୦୦ ଟଙ୍କା ମାଗୁଛନ୍ତି ସମ୍ପୃକ୍ତ ସେଣ୍ଟର ମାଲିକ । 200ଟଙ୍କା ନଦେଲେ କାର୍ଡ ଉଠାଇ ହେବ ନାହିଁ କି ସଂଶୋଧନ କରି ହେବ ନାହିଁ ବୋଲି କହି ସେଣ୍ଟରର ମାଲିକ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ମଧ୍ୟ ଲୋକମାନେ ଅଭିଯୋଗ କରିଛନ୍ତି ।

ଆଜି ୨୦୦ ଟଙ୍କା ଦାବି କରିବାକୁ କେନ୍ଦ୍ର କରି କିଛି ଲୋକ ବିରୋଧ କରିବାରୁ କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । ଲୋକମାନେ ଘଟଣାସ୍ଥଳରେ ପାଟିତୁଣ୍ଡ କରିବା ସହିତ କଣ ପାଇଁ ସରକାରଙ୍କ ନିର୍ଦ୍ଦେଶକୁ ନମାନି ଟଙ୍କା ଦାବି କରୁଛ ବୋଲି ପଚାରିଥିଲେ । ଘଟଣାସ୍ଥଳରୁ ସେଣ୍ଟର ମାଲିକ ତୁରନ୍ତ ପଳାଇ ଯାଇଥିଲେ । ଅନ୍ୟପଟେ ସରକାରଙ୍କ ନିର୍ଦ୍ଦେଶ ପରେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ଅର୍ଥ ନିଆଯାଉ ନେହେଲେ ତୁରନ୍ତ ସେଣ୍ଟର ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top